Latest Odisha News

ଜାଗ୍ରତିଙ୍କ ପାଇଁ ଅନୁଭବଙ୍କ ବୈବାହିକ ଜୀବନରେ ଉଠିଛି କି ଝଡ଼ ? ଦେଖନ୍ତୁ କଣ କହିଲେ ଜାଗ୍ରତି ଶୁକ୍ଳା

ଭୁବନେଶ୍ୱର:  କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ପାରିବାରିକ ବିବାଦରେ ଜାଗ୍ରତି ଶୁକ୍ଳାଙ୍କ ଭୂମିକାକୁ ନେଇ ବେଶ୍ ଚର୍ଚ୍ଚା ହୁଏ । ଏମିତିକି ଅଭିଯୋଗ ହୁଏ ଜାଗ୍ରତିଙ୍କ ପାଇଁ ଅନୁଭବ ଓ ବର୍ଷାଙ୍କ ଦାମ୍ପତ୍ୟ ଜୀବନରେ ଝଡ଼ ଆସିଛି । ଅନେକ ସମୟରେ ଜାଗ୍ରତି ଶୁକ୍ଳା ସୋସିଆଲ୍ ମିଡିଆରେ ଅନୁଭବଙ୍କ ସହ ଫଟୋ ପୋଷ୍ଟ କରି ଏ ଚର୍ଚ୍ଚାକୁ ଖୋରାକ ଯୋଗାଇ ଥିବା ବେଳେ ଓଡ଼ିଶା ସମ୍ବାଦକୁ ଦେଇଛନ୍ତି ସ୍ୱତନ୍ତ୍ର ସାକ୍ଷାତକାର ।

ସନ୍ଦୀପଙ୍କ ସହ ଜବାବ ସୁଆଲ୍ କାର୍ଯ୍ୟକ୍ରମର ଅତିଥି ହୋଇ ଜାଗ୍ରତି ବଖାଣିଛନ୍ତି ମନର ବେଦନା, ରଖିଛନ୍ତି ପ୍ରତିଟି ଅଭିଯୋଗର ଜବାବ । କହିଛନ୍ତି, ଅନୁଭବଙ୍କ ସହ କିଭଳି ସମ୍ପର୍କରେ ଆସିଲେ, ଏବେ ଦୁହିଁଙ୍କ ମଧ୍ୟରେ ସମ୍ପର୍କ କଣ ? ଆଗକୁ କଣ କରିବେ ବୋଲି ଯୋଜନା କରିଛନ୍ତି ?

ଅନୁଭବ-ବର୍ଷାଙ୍କ ଦାମ୍ପତ୍ୟ ଜୀବନରେ କାହିଁକି ଜାଗ୍ରତି ପଶିଲେ ? ତାର ଉତ୍ତରରେ ସେ କହିଛନ୍ତି, ମୁଁ ଆସିନି ବରଂ ମୋତେ ଟାଣି କରି ଅଣାଯାଇଛି । ସେହିଭଳି ମ୍ୟାରେଜକୁ ନେଇ ପ୍ରଶ୍ନରେ ଜାଗ୍ରତି କହିଛନ୍ତି ଅନୁଭବ ଓ ସିଏ ପରିବାର ।

ତେବେ ଆଗକୁ କଣ ରହିବ ଜାଗ୍ରତିଙ୍କ ଆଭିମୁଖ୍ଯ ? ଅନୁଭବଙ୍କ ସହ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଥିବା ଜାଗ୍ରତି ଶୁକ୍ଳାଙ୍କ ସ୍ୱତନ୍ତ୍ର ସାକ୍ଷାତକାର ଦେଖିବା ପାଇଁ ସୋସିଆଲ୍ ମିଡିଆରେ ଫଲୋ କରୁଥାନ୍ତୁ ଓଡ଼ିଶା ସମ୍ବାଦ ଓ ଓଡ଼ିଶା ବାଇଟ୍ସ ।

Leave A Reply

Your email address will not be published.