Latest Odisha News

BREAKING NEWS

ଓମିକ୍ରନ ଭାରିଆଣ୍ଟ BF.7 କ’ଣ ? ଜାଣନ୍ତୁ କିଛି ନୂଆ ତଥ୍ୟ

ନୂଆଦିଲ୍ଲୀ : କରୋନା ଭାଇରସର ଏକ ଭାରିଆଣ୍ଟ ଓମିକ୍ରନ । ଏହାର ଅନେକ ସବଭାରିଆଣ୍ଟ ଦେଖାଯାଇଛି ।  ଯେପରି BA.1, BA.2, BA.5 ଇତ୍ୟାଦି । ସେହିପରି ଓମିକ୍ରନର ଲାଟେଷ୍ଟ ସବ୍ ଭାରିଆଣ୍ଟ ହେଉଛି BA.5.2.1.7 ଯାହାକୁ ସଂକ୍ଷେପରେ BF.7 କୁହାଯାଉଛି ।

BF.7 ଭାରିଆଣ୍ଟ କରୋନା ଭାଇରସର ସ୍ପାଇକ୍ ପ୍ରୋଟିନରେ ଏକ ଖାସ୍ ମ୍ୟୁଟେସନ୍ ରୁ ତିଆରି । ଯାହାର ନାଁ R346T । ବିଶେଷଜ୍ଞଙ୍କ କହିବାନୁସାରେ, ଏହି ମ୍ୟୁଟେସନ ପାଇଁ ଏହି ଭାରିଆଣ୍ଟ ଉପରେ ଆଣ୍ଟିବଡି କାମ କରୁନାହିଁ ।

ସରଳରେ କହିବାକୁ ଗଲେ, ଯଦି କୌଣସି ବ୍ୟକ୍ତି ପୂର୍ବରୁ କରେନା ହୋଇସାରିଛି କିମ୍ୱା ସେ ଟିକା ନେଇଛନ୍ତି, ତେବେ ତାଙ୍କ ଶରୀରରେ ଆଣ୍ଟିବଡି ତିଆରି ହୋଇସାରିଥାଏ । BF.7 ଭାରିଆଣ୍ଟ ଏହି ଆଣ୍ଟିବଡିକୁ ବି ଚକମା ଦେଇ ଶରୀରରେ ପ୍ରବେଶ କରିବାରେ ସକ୍ଷମ ଅଟେ ।

କରୋନା ଭାଇରସ୍ ର ବିଭିନ୍ନ ଭାରିଆଣ୍ଟ

୨୦୧୯ – ଚୀନରୁ ଉତ୍ପତ୍ତି କରୋନାର ପ୍ରକୃତ ଭାଇରସ୍

୨୦୨୦ – ବ୍ରିଟେନରେ ଆଲଫା ଭାରିଆଣ୍ଟ ଠାବ

୨୦୨୧ – ସାଉଥ ଆଫ୍ରିକାରେ ବିଟା ଭାରିଆଣ୍ଟ ଚିହ୍ନଟ

୨୦୨୧ – ବ୍ରାଜିଲରୁ ମିଳିଲା ଗାମା ଭାରିଆଣ୍ଟ

୨୦୨୧ –  ଭାରତରେ ଡେଲଟା ଭାରିଆଣ୍ଟ ଟିହ୍ନଟୀକରଣ

୨୦୨୨ – ଚୀନରେ ଓମିକ୍ରନ BF.7 ଭାରିଆଣ୍ଟ ଠାବ

Leave A Reply

Your email address will not be published.