Latest Odisha News

BREAKING NEWS

କାକୁଡି କେଉଁ ସମୟରେ ଖାଇବା ଭଲ ?

ଭୁବନେଶ୍ବର: ଗ୍ରୀଷ୍ମ ଋତୁରେ କାକୁଡି ଆମ ଖାଇବାରେ ସାମିଲ କରିଥାଉ । ଏହା କେବଳ ଶରୀରକୁ ହାଇଡ୍ରେଟିଂ କରି ନଥାଏ ଏହା ପୋଷକତତ୍ତ୍ବରେ ମଧ୍ୟ ପରିପୂର୍ଣ୍ଣ । ଓଜନ ହ୍ରାସଠାରୁ ଆରମ୍ଭ କରି ହଜମ ପ୍ରକ୍ରିୟାରେ ଉନ୍ନତି ଆଣିବା ଏବଂ ଚର୍ମକୁ ସୁସ୍ଥ ରଖିବା ପର୍ଯ୍ୟନ୍ତ କାକୁଡ଼ି ବେଶ୍ ଲାଭଦାୟକ । କିନ୍ତୁ ଆପଣ ଜାଣନ୍ତି କି କାକୁଡି ଖାଇବା ପାଇଁ ଉପଯୁକ୍ତ ସମୟ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅଟେ ।

ସକାଳେ କାକୁଡି ଖାଇବା- ଯଦି ଆପଣ ଡିଟକ୍ସ ପାନୀୟ ଗ୍ରହଣ କରିବାକୁ ଚାହାଁନ୍ତି, ତେବେ ଆପଣ ସକାଳେ ଖାଲି ପେଟରେ କାକୁଡି ଖାଇପାରିବେ । ଏହା ପେଟ ସଫା କରିବାରେ ସାହାଯ୍ୟ କରିଥାଏ ଏବଂ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରିଥାଏ । ଏହା ବ୍ୟତୀତ ଏଥିରେ ଅଧିକ ଫାଇବର ଏବଂ ଜଳର ମାତ୍ରା ଅଧିକ ଥିବାରୁ ଏହା ହଜମ ପ୍ରକ୍ରିୟାକୁ ଭଲ କରିଥାଏ । କିନ୍ତୁ ଖାଲି ପେଟରେ ଅଧିକ କାକୁଡି ଖାଇବା ଦ୍ୱାରା କିଛି ଲୋକଙ୍କ ପାଇଁ ଗ୍ୟାଷ୍ଟ୍ରିକ୍ ସମସ୍ୟା ହୋଇପାରେ । ଯଦି ଆପଣଙ୍କର ଏସିଡିଟି ସମସ୍ୟା ଅଛି, ତେବେ ସକାଳେ ଖାଲି ପେଟରେ କାକୁଡି ଖାଆନ୍ତୁ ନାହିଁ ।

ଅପରାହ୍ନରେ କାକୁଡି ଖାଇବା- ମଧ୍ୟାହ୍ନ ଭୋଜନରେ ସାଲାଡ ଆକାରରେ କାକୁଡି ଖାଇବା ସର୍ବୋତ୍ତମ ବିକଳ୍ପ ଅଟେ । ଏହା ହଜମ ପ୍ରକ୍ରିୟାରେ ଉନ୍ନତି ଆଣେ ଏବଂ ଖାଦ୍ୟ ଶୀଘ୍ର ହଜମ କରିବାରେ ସାହାଯ୍ୟ କରେ । ଗ୍ରୀଷ୍ମ ଋତୁରେ ଏହା ଶରୀରକୁ ଥଣ୍ଡା ଏବଂ ହାଇଡ୍ରେଟ୍ ରଖେ । ଓଜନ ହ୍ରାସ କରିବା ପାଇଁ, ଅପରାହ୍ନରେ କାକୁଡି ଖାଇବା ଲାଭଦାୟକ କାରଣ ଏହା ପେଟକୁ ଫୁଲ୍ ରଖେ ଏବଂ ଅଧିକ ଖାଇବାକୁ ମନ ହୁଏ ନାହିଁ । ମଧ୍ୟାହ୍ନ ଭୋଜନ ସହିତ କାକୁଡି ରାଇତା ଖାଆନ୍ତୁ କିମ୍ବା କାକୁଡି, ଟମାଟୋ ଏବଂ ଗାଜରର ସାଲାଡ ପ୍ରସ୍ତୁତ କରି ଖାଆନ୍ତୁ ।

ରାତିରେ କାକୁଡି ଖାଇବା- ଯଦି ଆପଣ ହାଲୁକା ରାତ୍ରୀ ଭୋଜନ କରିବାକୁ ଚାହାଁନ୍ତି, ତେବେ କାକୁଡି ଏକ ଭଲ ବିକଳ୍ପ ହେବ । ଏହା ଏକ କମ୍ କ୍ୟାଲୋରୀଯୁକ୍ତ ଖାଦ୍ୟ, ଯାହା ରାତିରେ ଖାଇବା ପରେ ମଧ୍ୟ ପେଟକୁ ହାଲୁକା କରିଥାଏ । ଏଥିରେ ନବେ ଭାଗରୁ ଅଧିକ ଜଳ ଥାଏ, ଯାହା ଶରୀରକୁ ହାଇଡ୍ରେଟ୍ ରଖେ ଏବଂ ହଜମ କରିବାରେ ସାହାଯ୍ୟ କରେ । ରାତିରେ ଅଧିକ କାକୁଡି ଖାଇବା ଦ୍ୱାରା ପେଟ ଫୁଲିବା କିମ୍ବା ଗ୍ୟାସ୍ ସମସ୍ୟା ହୋଇପାରେ । ଯଦି ଥଣ୍ଡା ଖାଦ୍ୟ ଖାଇଲେ ସମସ୍ୟା ହୋଇଥାଏ , ତେବେ ରାତିରେ କମ୍ କାକୁଡି ଖାଇବେ । ରାତ୍ରି ଭୋଜନ ପରେ ତୁରନ୍ତ କାକୁଡି ଖାଆନ୍ତୁ ନାହିଁ, ଏହା ହଜମ ହୋଇନଥାଏ ।

ଏହା ଏକ କମ୍ କ୍ୟାଲୋରୀ ଏବଂ ହାଇ-ଫାଇବର ଖାଦ୍ୟ, ଯାହା ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଶରୀରକୁ ହାଇଡ୍ରେଟ୍ ରଖେ । ଏଥିରେ ଥିବା ଫାଇବର କୋଷ୍ଠକାଠିନ୍ୟ ଏବଂ ଗ୍ୟାସର ସମସ୍ୟାକୁ ଦୂର କରିଥାଏ ଏବଂ ହଜମ ପ୍ରକ୍ରିୟାରେ ଉନ୍ନତି ଆଣେ । ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଚର୍ମକୁ ସୁସ୍ଥ ଏବଂ ଚମକ ପ୍ରଦାନ କରେ । ଏହା ସହିତ ଏହା ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ । କାରଣ ଏଥିରେ ଥିବା ପୋଟାସିୟମ୍ ଏବଂ ମ୍ୟାଗ୍ନେସିୟମ୍ ବିପି ସନ୍ତୁଳନ କରିବାରେ ସାହାଯ୍ୟ କରିଥାଏ ।

Comments are closed.