ନୂଆଦିଲ୍ଲୀ: ଭାରତର ୮ ପୂର୍ବତନ ନୌସେନା ଯବାନଙ୍କୁ ମୃତ୍ୟୁଦଣ୍ଡାଦେଶ ଦେଇଛି କତାର । କତାରର ଏପରି ଦଣ୍ଡାଦେଶରେ ଭାରତ ସ୍ତବ୍ଧ । ବୈଦେଶିକ ମନ୍ତ୍ରଣାଳୟ ଅନୁସାରେ ଆଇନ ଅନୁସାରେ ସେମାନେ କିପରି ମୁକୁଳିବେ ସେ ନେଇ ଆମେ ଉଦ୍ୟମ ଆରମ୍ଭ ହୋଇଛି । ତେବେ ସବୁଠାରୁ ବଡ କଥା ଭାରତ କିମ୍ବା କତାର ସ୍ପଷ୍ଟ ଭାବେ ଜଣାଇ ନାହାନ୍ତି ଯେ, ଏହି ୮ଜଣ କେଉଁ ଦୋଷ ପାଇଁ ଦଣ୍ଡିତ ହୋଇଛନ୍ତି । ତେବେ କିଏ ଏହି ୮ ଜଣ ନୌସେନା ଅଧିକାରୀ ? କତାର-ଭାରତ ସମ୍ପର୍କ ଭଲ ଥିବାବେଳେ ହଠାତ ଏମିତି ଦଣ୍ଡାଦେଶ କାହିଁକି ଶୁଣାଇଲା କତାର ?
ନୌସେନାର ଏହି ୮ ଜଣ କର୍ମଚାରୀ କତାରର ଏକ କମ୍ପାନୀରେ କାମ କରୁଥିଲେ । ଏହି ଅଧିକାରୀଙ୍କ ବିରୋଧରେ ଗୁଇନ୍ଦାଗିରି କରୁଥିବା ଅଭିଯୋଗ ଆଣିଛି କତାର । ୨୦୨୨ ଅଗଷ୍ଟ ୩୦ ତାରିଖରେ କତାର ଅଧିକାରୀମାନେ ଏହି ୮ ଜଣ ଭାରତୀୟଙ୍କୁ ଗିରଫ କରି ନେଇଥିଲେ । ସେବେଠାରୁ ୮ ନୌସେନା କର୍ମଚାରୀ ଜେଲରେ ଥିଲେ । ଏମାନଙ୍କ ବିରୋଧରେ ମାର୍ଚ୍ଚ ୨୯ରୁ କେସ ଚାଲିଛି । ସେମାନଙ୍କୁ ସାକ୍ଷାତ କରିବା ପାଇଁ ଭାରତକୁ ଅନୁମତି ମିଳିବା ପରେ ଭାରତୀୟ ରାଷ୍ଟ୍ରଦୂତ ଅକ୍ଟୋବରରେ ଏହି ୮ ଅଧିକାରୀଙ୍କୁ ଜେଲରେ ସାକ୍ଷାତ କରିଥିଲେ ।
କତାରରେ ଅଲ ଦହରା ନାମକ ଏକ ସିକ୍ୟୁରିଟି କମ୍ପାନୀ ରହିଛି । ଏହି କମ୍ପାନରେ କାମ କରୁଥିଲେ ୮ ପୂର୍ବତନ ଭାରତୀୟ ନୌସେନା ଅଧିକାରୀ । ସେତିକି ନୁହେଁ, କତାରରେ ନୌସେନାଙ୍କୁ ତାଲିମ ମଧ୍ୟ ଦେଉଥିଲେ ଏହି ଭାରତୀୟମାନେ । କତାର ଅଧିକାରୀଙ୍କ ସହ ମିଶି ସେମାନେ ନୌସେନାଙ୍କୁ ତାଲିମ ଦେଉଥିଲେ । ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା, ଏମାନଙ୍କ ବିରୋଧରେ କି କି ଆରୋପ ଲାଗିଛି ସେନେଇ କତାର ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।
ମୃତ୍ୟୁଦଣ୍ଡାଦେଶ ପାଇଥିବା ଏହି ୮ ଜଣ ଭାରତୀୟ ହେଲେ ନବତେଜ ସିଂହଗିଲ, କ୍ୟାପଟେନ ସୌରଭ ବଶିଷ୍ଠ, କମାଣ୍ଡର ପୂର୍ଣ୍ଣନ୍ଦୁ ତିୱାରୀ, କ୍ୟାପଟେନ ବୀରେନ୍ଦ୍ର କୁମାର ବର୍ମା, କମାଣ୍ଡର ସୁଗୁନାଗର ପକାଲା, କମାଣ୍ଡର ସଞ୍ଜୀବ ଗୁପ୍ତା, କମାଣ୍ଡର ନାଗପାଲ ଏବଂ ନାବିକ ରାଗେଶ । ଏମାନେ ଭାରତୀୟ ନୌସେନାରେ ୨୦ବର୍ଷ ଧରି କାମ କରିବା ଭିତରେ କୌଣସି ଅଭିଯୋଗ ଆସିନାହିର୍ । ଟ୍ରେନର ସମେତ ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଏମାନେ କାମ କରି ଆସିଛନ୍ତି ।
ଏମାନେ କତାରରେ କାମ କରୁଥିବା ଅଲ ଦହରା ଏକ ଡିଫେନ୍ସ ସର୍ଭିସ ପ୍ରୋଭାଇଡର କମ୍ପାନୀ ଅଟେ । ସୈନିକଙ୍କୁ ଟ୍ରେନିଂ ଦେବା ଏହି କମ୍ପାନୀର କାମ । ଏହାର ମାଲକାନା ହକ ଓମାନର ଜଣେ ନାଗରିକଙ୍କ ପାଖରେ ରହିଛି । ପୂର୍ଣ୍ଣେନ୍ଦୁ ତିୱାରୀ ଏକଦା ଏହି କମ୍ପାନୀର ମ୍ୟାନେଜିଂ ଡାଇରେକ୍ଟର ଥିଲେ । ଅନ୍ୟ ୭ ଜଣ ଏଠାରେ ୬ରୁ୭ବର୍ଷ ଧରି କାମ କରି ଆସୁଛନ୍ତି ।
BREAKING NEWS
- କଟକ ଦୁର୍ଗାପୂଜା ପାଇଁ ଆଜିଠୁ ସିଙ୍ଗଲ୍ ୱିଣ୍ଡୋ ବ୍ୟବସ୍ଥା
- Scrub Typhus :ଥମୁନି ସ୍କ୍ରବ୍ ଟାଇଫସ୍ ସଂକ୍ରମଣ, ଏହି ଜିଲ୍ଲାରେ ୮୦୦ ପାର୍ ଆକ୍ରାନ୍ତ
- ଭୟଭୀତ ହେଲେଣି ବ୍ୟବସାୟୀ! ଟଙ୍କା ଦେବାକୁ ପଡ଼ିବ ବୋଲି UPI ପେମେଣ୍ଟକୁ ନା! ଲାଗିଲାଣି ‘No UPI, Only Cash’ ବୋର୍ଡ!
- ରାଜ୍ୟସଭା କ୍ରସ୍ ଭୋଟିଂ ମାମଲା: ସେପ୍ଟେମ୍ବର ୨୯କୁ ପରବର୍ତ୍ତୀ ଶୁଣାଣି
- PM’s UPI Payment: ଜାଣନ୍ତୁ ନିଜେ କେବେ ଅନଲାଇନ୍ ପେମେଣ୍ଟ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି? ଏପର୍ଯ୍ୟନ୍ତ କେତେ ଟଙ୍କା କରିଛନ୍ତି UPI…
- ୫ ବର୍ଷ ଧରି ବନ୍ଦ ସ୍କୁଲ ଦୁଆର: ଅନ୍ଧାରରେ ଆଫଗାନ୍ ଝିଅଙ୍କ ଭବିଷ୍ୟତ
- SIR: ବେଙ୍ଗଲରେ ୩୭ଲକ୍ଷରୁ ଅଧିକ ଆବେଦନ ବିଚାରାଧୀନ, ସରିଛି ମାତ୍ର ଲକ୍ଷେ
- iPhone 18 Pro: ସୁନାଠୁ ବି ମୂଲ୍ୟବାନ ଫୋନ୍! ସ୍ତ୍ରୀ ପାଇଁ iPhone କିଣିବାକୁ ବିକିଦେଲେ ସୁନା…
- ଯାଞ୍ଚରେ ଫେଲ୍ ନେସଲେର ଶିଶୁ ଖାଦ୍ୟ, FSSAIର କଡ଼ା କାର୍ଯ୍ୟାନୁଷ୍ଠାନ
- କାହିଁକି ଅଟକିଛି ତେଜସ Mk1A ଡେଲିଭରି? HAL କହିଲା ପଛରେ ରହିଛି ଏହି କାରଣ…

Comments are closed.