Latest Odisha News

BREAKING NEWS

ନିଶ୍ଚିତ ବିଜୟ, ବ୍ୟବଧାନ କେତେ ?

ଭୁବନେଶ୍ୱର: ଆଉ କେଇ ଘଣ୍ଟା ପରେ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ ହେବ। ନିର୍ବାଚନ ଫଳାଫଳକୁ ରାଜ୍ୟର ତିନି ପ୍ରମୁଖ ଦଳ ଅପେକ୍ଷା କରିଥିବା ବେଳେ ନାନା ପ୍ରକାରର ଚର୍ଚ୍ଚା ଓ ଆକଳନ ହେଉଛି।

BjdElectrycity

ବିଜେଡି ବହୁ ଭୋଟ ବ୍ୟବଧାନରେ ଜିତିବ ବୋଲି ବିଜେଡି ନେତାମାନେ ଦୃଢୋକ୍ତି ପ୍ରକାଶ କରୁଥିବା ବେଳେ କଂଗ୍ରେସ ଓ ବିଜେପି ମଧ୍ୟ ଜିତିବା ନେଇ ବେଶ ଆଶାବାଦୀ। କିନ୍ତୁ ଉପନିର୍ବାଚନର ଅତୀତକୁ ଦେଖିଲେ ଶାସକ ବିଜେଡି ହିଁ ଜିତାପଟ ହାସଲ କରେ।

ନିକଟ ଅତୀତରେ କେବଳ ଧାମନଗରକୁ ଛାଡିଲେ ଆଉ ସବୁ ଆଡେ ଶାସକ ବିଜେଡି ବାଜି ମାରିଛି। କିନ୍ତୁ ଝାରସୁଗୁଡ଼ା ଉପନିର୍ବାଚନ ବହୁ ଦୃଷ୍ଟିରୁ ଗୁରୁତ୍ୱ ବହନ କରୁଛି। ସେଠି ଯେଉଁ ଦଳ ଜିତିବ ଆଗାମୀ ସାଧାରଣ ନିର୍ବାଚନ ପାଇଁ ସେ ଦଳ ସପକ୍ଷରେ ଏକ ବଡ଼ ବାତାବରଣ ତିଆରି ହେବ ବୋଲି କୁହାଯାଉଛି।

ସେପଟେ ବିଜେଡି ଜିତିଲେ ମଧ୍ୟ ଜିତିବା ବ୍ୟବଧାନକୁ ରାଜନୈତିକ ସ୍ତରରେ ଅପେକ୍ଷା କରାଯାଇଛି। ଝାରସୁଗୁଡ଼ା ନବଙ୍କ ଗଡ଼ ବୋଲି କୁହାଯାଏ। ସେ କଂଗ୍ରେସରେ ଥିଲେ କଂଗ୍ରେସ ଜିତୁଥିଲା ବିଜେଡିକୁ ଗଲେ ବିଜେଡି ଜିତିଲା।

ଏବେ କିନ୍ତୁ ସ୍ଥିତି ଓଲଟିଛି। ତାଙ୍କୁ ହତ୍ୟା କରାଯିବା ପରେ ତାଙ୍କ ଝିଅ ଦୀପାଳି ବିଜେଡି ପ୍ରାର୍ଥୀ ଭାବେ ଲଢ଼ିଛନ୍ତି। ତେଣୁ ତାଙ୍କ ବାପାଙ୍କ ସଂଗଠନ, ଲୋକଙ୍କ ସହାନୁଭୂତି, ବିଜେଡି ସଂଗଠନ ଆଦି ସବୁ ଶାସକ ଦଳ ପକ୍ଷକୁ ଯାଉଛି।

ସେପଟେ ନବ ଦାସଙ୍କ ହତ୍ୟା ଘଟଣାର ଏଯାଏ ସ୍ପଷ୍ଟତା ଆସି ନ ଥିବା ବେଳେ ବିରୋଧୀ ବିଜେଡିକୁ ଦୋଷ ଦେଇ ଆସୁଛନ୍ତି। ଏ ହତ୍ୟା ପାଇଁ ଶାସକ ଦଳର ପ୍ରମୁଖ ନେତାଙ୍କୁ ଦାୟୀ କରି ବିରୋଧୀ ନିର୍ବାଚନରେ ପ୍ରଚାର କରିଛନ୍ତି। ଏପରିକି ବିଜେଡିକୁ ହରାଇବାକୁ ବହୁ ଯୋଜନା କରିଛନ୍ତି।

କିନ୍ତୁ ଏହା କଣ ବିଜେଡିକୁ ହରାଇବାକୁ ପର୍ଯ୍ୟାପ୍ତ କି ବୋଲି ଚର୍ଚ୍ଚା ହେଉଛି। ସେପଟେ ମୁଖ୍ୟ ବିରୋଧୀ ଦଳ ବିଜେପି ପାଇଁ ଏହା ଏକ ସମ୍ମାନର ପ୍ରଶ୍ନ। ଦଳ ଜିତିଲେ ଆଗାମୀ ନିର୍ବାଚନରେ ବଡ଼ ଦମରେ ନିର୍ବାଚନରେ ବାତାବରଣ ସୃଷ୍ଟି ହେବ। ନଚେତ ଯଦି ଦଳ ହାରେ ଓ ହାରିବା ବ୍ୟବଧାନ ବହୁତ ଅଧିକ ରହେ ତାହେଲେ ରାଜ୍ୟବ୍ୟାପୀ ଏକ ଭିନ୍ନ ବାର୍ତା ଯିବ।

ଯାହାକି ଆଗାମୀ ନିର୍ବାଚନ ରେ ବିଜେପି ପାଇଁ କ୍ଷତିକାରକ ହେବ ବୋଲି କୁହାଯାଉଛି। ଖାଲି ସେତିକି ନୁହେଁ କିଛି ମାସ ତଳେ ହୋଇଥିବା ସେହି ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗର ଉପନିର୍ବାଚନରେ ବିଜେପି ହାରିଥିଲା। କଂଗ୍ରେସ ଦ୍ଵିତୀୟ ସ୍ଥାନରେ ଥିବାବେଳେ ବିଜେପି ତୃତୀୟକୁ ଖସିଥିଲା।

ସେପଟେ କଂଗ୍ରେସ ମଧ୍ୟ ରାଜ୍ୟରେ ନିଜର ଅସ୍ତିତ୍ୱର ଲଢେଇ ଲଢ଼ୁଛି। ୨୦୧୯ ନିର୍ବାଚନ ପରେ ଦଳ ତୃତୀୟ ସ୍ଥାନରେ ରହିଛି। ଏପରିକି ବିଭିନ୍ନ ଉପନିର୍ବାଚନ ରେ ଦଳ ଅତି କମ ଭୋଟ ପାଉଛି।

ତେଣୁ ଝାରସୁଗୁଡ଼ାରେ ଦଳ ସମ୍ମାନଜନକ ଭୋଟ ନ ପାଇଲେ ଆଗାମୀ ନିର୍ବାଚନରେ ଦଳ ବହୁ କ୍ଷତିଗ୍ରସ୍ତ ହେବ ବୋଲି ଚର୍ଚ୍ଚା ହେଉଛି। ତେଣୁ ଝାରସୁଗୁଡ଼ା ଫଳାଫଳ ଉପରେ ବିଜେପି ଓ କଂଗ୍ରେସର ଆଗାମୀ ରାଜନୈତିକ ଭବିଷ୍ୟତ ନିର୍ଭର କରୁଛି ବୋଲି କୁହାଯାଉଛି।

Leave A Reply

Your email address will not be published.