ମୁମ୍ବାଇ: ଅଭିନେତା ତଥା ହାସ୍ୟ କଳାକାର କପିଲ ଶର୍ମା । ଦ କପିଲ ଶର୍ମା ସୋ’ର ମୁଖ୍ୟ ଚରିତ୍ର । ପ୍ରମୋଶନ କି ଟିଆରପି କେଳେଙ୍କାରୀ ନୁହେଁ । ଖୋଦ କପିଲଙ୍କ ପ୍ରତିଭା ହିଁ ଏହି ସୋ’କୁ ଟିଭି ଜଗତରେ ଆଣିଦେଇଛି ଶୀର୍ଷ ସ୍ଥାନ । କରୋନା ମହାମାରୀରେ ବି ସେ ଦର୍ଶକଙ୍କୁ ହସାଇବାକୁ ଭୁଲିନାହାନ୍ତି ।
ଅନେକ ବାଦବିବାଦ ପରେ ବି ଏହି ସୋ’ ନିଜ ସଫଳ ଯାତ୍ରା ଜାରି ରଖିଛି । ଖାସ କରି ସେଲିବ୍ରିଟିମାନେ ଫିଲ୍ମ ହେଉ କି ୱେବ ସିରିଜ୍କୁ ପ୍ରମୋଟ୍ କରିବା ପାଇଁ ଏହି ପ୍ଲାଟଫର୍ମର ସାହାରା ନେଇଥାନ୍ତି । ଅନେକ ସେଲିବ୍ରିଟି ଏହି ସୋ’ରେ କପିଲଙ୍କ କମେଡିର ଲୁଫ୍ତ ଉଠାଇବା ସହ ଦର୍ଶକଙ୍କ ସହ ଅଜଣା ତଥା ମଜାଳିଆ ଘଟଣା ସେୟାର କରିଥାନ୍ତି ।
ତେବେ ଏମିତି ବି କିଛି ସେଲିବ୍ରିଟି ଅଛନ୍ତି ଯେଉଁମାନେ କି କପିଲଙ୍କ ସୋ’କୁ ଆସିବାକୁ ମନା କରିଥିଲେ । ଏହି ତାଲିକାରେ ମୁକେଶ ଖାନ୍ନା, କ୍ରିକେଟର ଧୋନୀ, ସଚ୍ଚିନ ତେନ୍ଦୁଲକର, ଅମୀର ଖାନ ଓ ରଜନୀକାନ୍ତଙ୍କ ନାଁ ରହିଛି ।
ପୂର୍ବତନ କ୍ରିକେଟର୍ ଧୋନୀ ନିଜ ବାୟୋପିକକୁ ଅନେକ ପ୍ଲାଟଫର୍ମରେ ପ୍ରମୋଟ୍ କରିଥିଲେ । ହେଲେ କୌଣସି ରିୟାଲିଟି ସୋ’ରେ ସେ ଭାଗ ନେଇନଥିଲେ । ତାଙ୍କୁ କପିଲଙ୍କ ସୋ’ ପାଇଁ ମଧ୍ୟ ନିମନ୍ତ୍ରଣ ମିଳିଥିଲା । ହେଲେ ଧୋନୀ ଏଥିପାଇଁ ସିଧାସଳଖ ମନା କରିଦେଇଥିଲେ । ଶୁଣିବାକୁ ମିଳିଥିଲା ସେ ସମୟରେ କୁଆଡେ ଧୋନୀ ବହୁତ ବ୍ୟସ୍ତ ଥିଲେ ।
ଅନ୍ୟପଟେ ଅମୀର ଖାନଙ୍କୁ ମଧ୍ୟ କପିଲ ଅନେକ ଥର ସୋ’କୁ ଆସିବା ଲାଗି ନିମନ୍ତ୍ରଣ କରିବା ସହ ବ୍ୟକ୍ତିଗତ ଭାବେ ଅନୁରୋଧ କରିଥିଲେ । ହେଲେ ଅମୀର କୌଣସି ସୋ’ କିମ୍ବା ଇଭେଣ୍ଟକୁ ଯିବା ପସନ୍ଦ କରନ୍ତିନି । ଏପରିକି ସେ ନିଜ ଫିଲ୍ମକୁ ପ୍ରମୋଟ୍ କରିବାରେ ମଧ୍ୟ ବିଶ୍ୱାସ ରଖନ୍ତିନି । ଏହି କାରଣରୁ ସେ କପିଲଙ୍କ ସୋକୁ ଆସିବା ଲାଗି ମନା କରିଥିଲେ ।
Comments are closed.