Latest Odisha News

BREAKING NEWS

କାହିଁକି ଓ କିପରି ପାଳନ କରାଯାଏ ଗୁଡ଼ ଫ୍ରାଇଡେ, ଜାଣନ୍ତୁ

ଭୁବନେଶ୍ୱର: ଗୁଡ଼ ଫ୍ରାଇଡେ, ଅର୍ଥାତ୍ ଜୀଶୁ ଖ୍ରୀଷ୍ଟଙ୍କ ମୃତ୍ୟୁ ଦିବସ । ଗୁଡ଼ ଫ୍ରାଇଡେ ହେଉଛି ସେହି ଦିନ, ଯେଉଁଦିନ ପ୍ରଭୁ ଜୀଶୁଙ୍କୁ କୁଶବିଦ୍ଧ ବା ହତ୍ୟା କରାଯାଇଥିଲା । ତେବେ ଏଭଳି ଏକ ଦିନକୁ ଗୁଡ଼ ଫ୍ରାଇଡେ କାହିଁକି କୁହାଯାଏ?

ଏପରି ନାମକରଣ ସମ୍ପର୍କରେ କୌଣସି ଦୃଢ ମତ ନ ଥିଲେ ମଧ୍ୟ କିଛି କହନ୍ତି, ଏହା ସେହି ଦିନ ଯେଉଁଦିନ ଦେବଦୂତ ମାନବଙ୍କ ପାପ ପାଇଁ ମୃତ୍ୟୁବରଣ କରିଥିଲେ ଓ ଏହା ତାଙ୍କ ପୁନର୍ବାର ଜୀବନର ଶୁଭାରମ୍ଭ ।

ଶୁକ୍ରବାର ଦିନ ଯୀଶୁଙ୍କ ସହିତ କ’ଣ ହେଲା?

ଖ୍ରୀଷ୍ଟମାସଠୁ ପୁରାତନ ଏହି ଗୁଡ଼ ଫ୍ରାଇଡେ । ଜୀଶୁଙ୍କ ଜନ୍ମକୁ ନେଇ ବାଇବେଲ କୌଣସି ନିର୍ଦ୍ଦିଷ୍ଟ ଦିନ ଘୋଷଣା କରିନଥିବା ବେଳେ କିନ୍ତୁ କୁଶବିଦ୍ଧ ଦିନଟିକୁ ବହନ କରିଛି ।

ୟୁହୁଦା, ଯେକି ଜୀଶୁଙ୍କ ୧୨ ଜଣ ଅନୁଗାମୀଙ୍କ ମଧ୍ୟରେ ଜଣେ ଥିଲେ, ସେ ରୂପା ଖଣ୍ଡ ପାଇଁ ତାଙ୍କ ସହ ବିଶ୍ୱାସ ଘାତକ କରିଥିଲେ । ବିଶ୍ୱାସଘାତକତା ହେବା ପରେ ଯୀଶୁ ଯିରୁଶାଲମରେ ଗେଥସେମାନ ବଗିଚାରେ ରାଜକର୍ମଚାରୀଙ୍କ ଦ୍ୱାରା ଗିରଫ ହୋଇଥିଲେ।

ଏହା ପରେ ଯୀଶୁଙ୍କୁ ପଚରାଉଚରା କରାଯିବା ପରେ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା।

ଯୀଶୁଙ୍କୁ ଏକ ଭାରି କୁଶବିଦ୍ଧ ଗୋଲଗୋଥା ସ୍ଥାନକୁ ନିଆଗଲା ଏବଂ ଅନ୍ୟ ଦୁଇଜଣ ଅପରାଧୀଙ୍କ ସହିତ କୁଶବିଦ୍ଧରେ ଚଢଗଲା,

ଯୀଶୁ ଛଅ ଘଣ୍ଟା ଧରି ଉକ୍ତ କୁଶବିଦ୍ଧରେ ୬ ଘଣ୍ଟା ଧରି ସଂଘର୍ଷ କଲେ, ଏବଂ ବାଇବଲ ଅନୁଯାୟୀ, ଯେତେବେଳେ ଯୀଶୁ ନିଜ ଆତ୍ମା ​​ତ୍ୟାଗ କଲେ ସେତେବେଳେ ସାରା ଦେଶରେ ଘନ ଅନ୍ଧକାର ଛାଇଗଲା ।

କିପରି ପାଳନ କରାଯାଏ ଗୁଡ଼ ଫ୍ରାଇଡେ:

ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ଅନୁଯାୟୀ ଏହି ଦିନରେ ମାଂସାହାର କରାଯାଏ ନାହିଁ । ଏହିଏହି ଦିନରେ ସେମାନେ ଗୋଟିଏ ପୂର୍ଣ୍ଣ ଆହାର ବା ଦୁଇ ଥର ଅଧା ଆହାର ଗ୍ରହଣ କରିନ୍ତି । ଚର୍ଚ୍ଚର ବେଲକୁ ୩୩ ଥର ବଜାଇ ଖ୍ରୀଷ୍ଟଧର୍ମାବଲମ୍ବି ମାନେ ଗୁଡ ଫ୍ରାଇଡେକୁ ସମାପ୍ତ କରିବାର ପ୍ରଥା ରହିଛି ରହିଛି ।

 

Leave A Reply

Your email address will not be published.