Latest Odisha News

BREAKING NEWS

ଆଷ୍ଟ୍ରାଜେନେକା କମ୍ପାନୀର ବଡ ଘୋଷଣା: ବିବାଦ ପରେ ବିଶ୍ୱ ବଜାରରୁ କୋଭିଡ -୧୯ ଟିକା ଫେରାଇ ନେବ କମ୍ପାନୀ

ନୂଆଦିଲ୍ଲୀ: ଆଉ ବଜାରରେ ବିକ୍ରି ହୋଇପାରିବନି କୋଭିଡ ଟିକା । ଆଷ୍ଟ୍ରାଜେନେକା କମ୍ପାନୀ ଦ୍ୱାରା ପ୍ରସ୍ତୁତ ଟିକାର ପାର୍ଶ୍ବପ୍ରତିକ୍ରିୟା ରହିଥିବା ନେଇ ବିବାଦ ଉଠିବା ପରେ କମ୍ପାନୀ ସମଗ୍ର ବିଶ୍ୱରୁ କୋଭିଡ -୧୯ ଟିକା ପ୍ରତ୍ୟାହାର କରିବାକୁ ପଦକ୍ଷେପ ନେଇଛି।

ଏଥିରେ ଭାରତରେ ପ୍ରସ୍ତୁତ କୋଭିସିଲ୍ଡ ଟିକା ସାମିଲ ଅଛି। ଏହି ଟିକା ଦ୍ବାରା ମଣିଷ ଶରୀରରେ ଥ୍ରୋମ୍ବୋସିସ ସହିତ ଥ୍ରୋମ୍ବୋସାଇଟୋପେନିଆ ସିନ୍ଡ୍ରୋମ ଭଳି ପାର୍ଶ୍ୱପ୍ରତିକ୍ରିୟା ଦେଖାଦେଉଥିବା କମ୍ପାନୀ କୋର୍ଟରେ ସ୍ୱୀକାର କରିଥିଲା । କମ୍ପାନୀ ବର୍ତମାନ ଟିକାକୁ ବିଶ୍ୱ ବଜାରରୁ ଫେରାଇ ନେବାର କାରଣ କହିଛି। କମ୍ପାନୀ କହିଛି ଯେ, ମାର୍କେଟରେ ଆବଶ୍ୟକତାଠୁ ଅଧିକ ମାତ୍ରାରେ ଟିକା ଉପଲବ୍ଧ ରହିଛି ।ଏଥିସହ ଅନ୍ୟ କମ୍ପାନୀମାନଙ୍କର କୋଭିଡ ଟିକା ବି ବଜାରରେ ଉପଲବ୍ଧ ରହୁଛି।ତେଣୁ ବର୍ତମାନ ଏହି ଟିକାର ସେପରି ଆବଶ୍ୟକତା ନ ଥିବାରୁ ତାହା ମାର୍କେଟରେ ପଡ଼ି ରହିଛି। ଫଳରେ କମ୍ପାନୀ ଏହାକୁ ପ୍ରତ୍ୟାହାର କରିବାକୁ ସ୍ଥିର କରିଛି।

ପ୍ରକାଶ ଥାଉକି, କୋଭିସିଲ୍ଡ ଟିକାର ବିରଳ ପାର୍ଶ୍ୱପ୍ରତିକ୍ରିୟା ରହିଛି  । କୋଭିସିଲ୍ଡ ଟିକା ନେଇଥିବା ଲୋକଙ୍କ ଠାରେ ରକ୍ତଜମାଟ, ହୃଦଘାତ , ମସ୍ତିଷ୍କ ଘାତ ଭଳି ସମସ୍ୟା ଦେଖାଦେଇପାରେ ବୋଲି ସ୍ୱୀକାର କରିଛି ଆଷ୍ଟ୍ରାଜେନିକା କମ୍ପାନୀ । କରୋନା ମହାମାରୀ ସମୟରେ ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ପକ୍ଷରୁ ମିଳିତଭାବେ ଏହି ଟିକା ପ୍ରସ୍ତୁତ କରାଯାଇଥିଲା।। ଭାରତରେ ମଧ୍ୟ ସେରମ ଇନଷ୍ଟିଚ୍ୟୁଟ ସହ ମିଶି ଏହି କମ୍ପାନି ଟିକା ଉତ୍ପାଦନ କରିଥିଲା।

 

Leave A Reply

Your email address will not be published.