Latest Odisha News

BREAKING NEWS

ବିଜେଡିରେ ମିଶିଲେ କୋରେଇ ନିର୍ବାଚନ ମଣ୍ଡଳୀର ଆଲେକ୍ସଜେଣ୍ଡର ଦାସ ଓ ତାଙ୍କ ସମର୍ଥକ

ଯାଜପୁର: କୋରେଇ ବିଜେପିକୁ ବଡ ଝଟକା । ଦଳ ଛାଡି ବିଜେଡିରେ ମିଶିଲେ ପୂର୍ବତନ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଆଲେକ୍ସଜେଣ୍ଡର ଦାସ ଓ ତାଙ୍କ ସମର୍ଥକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ ସମସ୍ତଙ୍କୁ ଦଳକୁ ସ୍ୱାଗତ କରିଛନ୍ତିଲେ ସାଂସଦ ସସ୍ମିତ ପାତ୍ର ।

ଚଳିତ ନିର୍ବାଚନରେ କୋରେଇ ବିଧାନସଭା ଆସନ ପାଇଁ ଟିକେଟ୍ ଆଶାୟୀ ଥିଲେ ଆଲେକଜାଣ୍ଡାର । ହେଲେ ଦଳ ତାଙ୍କୁ ଅଣଦେଖା କରିବାରୁ ସେ ଦଳ ଛାଡିଥିବା କୁହାଯାଉଛି ।

ବିଜେଡିରେ ମିଶିବା ପରେ ଆଲେକ୍ସଜେଣ୍ଡର ଦାସ କହିଛନ୍ତି ଯେ, ଦୀର୍ଘ ୧୨ ବର୍ଷରୁ ଅଧିକ ସମୟ ଧରି ମୁଁ ଦଳରେ ଜଣେ ଶୃଙ୍ଖଳିତ କର୍ମୀ ଭାବେ ବିଭିନ୍ନ ପଦରେ ରହି କାର୍ଯ୍ୟ କରିଥିଲେ । ମାତ୍ର ଗତ ନିର୍ବାଚନ ପରଠାରୁ ଜିଲ୍ଲା ସଭାପତି ଗୌତମ ରାୟ ତାଙ୍କୁ କୌଣସି ଦାୟିତ୍ୱ କିମ୍ବା ପଦ ନଦେଇ ଦଳୀୟ କାର୍ଯ୍ୟକ୍ରମ ଠାରୁ ଦୂରେଇ ରଖିଥିଲେ ଓ ହଇରାଣ କଲେ । ହେଲେ ମୁଁ ଶୃଙ୍ଖଳିତ କର୍ମୀ ଭାବେ କାମ କରି ଘର ଘର ବୁଲି ସଂଗଠନ କଲି । ହେଲେ ଜଣେ ଅଭିନେତାଙ୍କୁ ଆଣି ଟିକେଟ୍ ଦେଲା ବିଜେପି ବୋଲି ସେ ଅଭିଯୋଗ କରିଛନ୍ତି ।

ଏହି ଅବସରରେ ସାଂସଦ ସସ୍ମିତ ପାତ୍ର କହିଛନ୍ତି ଯେ, ଆଲେକ୍ସଜେଣ୍ଡର ଦାସ ଉଚ୍ଚଶିକ୍ଷିତ, ଯାଦବ ସମାଜର । ସେ ଯୁବ ଓ ମହିଳା ସଶକ୍ତିକରଣରେ କୋରେଇ ପାଇଁ ବହୁ କାମ କରୁଛନ୍ତି । ଅନ୍ୟମାନେ ସୁଶାନ୍ତ ସାହୁ, ନିତ୍ୟାନନ୍ଦ ମହାଳିକ, ମନୋଜ ଦାସ, ଆଲୋକ କର, ଧନଞ୍ଜୟ ସାହୁଙ୍କ ସମେତ ଅନେକ ନେତା । ଏମାନଙ୍କ ଯୋଗଦାନ ଦ୍ୱାରା କୋରେଇ ନିର୍ବାଚନ ମଣ୍ଡଳୀରେ ଦଳ ଆହୁରି ସଶକ୍ତ ହେଲା ବୋଲି ସସ୍ମିତ ପାତ୍ର କହିଛନ୍ତି ।

ସେ ଆହୁରି କହିଛନ୍ତି, ଏହି ମିଶ୍ରଣ ଦ୍ୱାରା କୋରେଇ ପାଇଁ ବାର୍ତ୍ତା ଯାଉଛି ଯେ 2024 ନିର୍ବାଚନରେ କୋରେଇରେ ବିଜେଡିରେ ବହୁ ଭୋଟରେ ଜିତିବ । ଏଥିସହ ଯାଜପୁର ସଂସଦୀୟ କ୍ଷେତ୍ରରେ ଵି ବିଜେଡି ଜିତିବ । ମୁଖ୍ୟମନ୍ତ୍ରୀଙ୍କ ହାତମୁଠା ଟାଣ ହେବ ବୋଲି ସାଂସଦ ସସ୍ମିତ ପାତ୍ର କହିଛନ୍ତି ।

Leave A Reply

Your email address will not be published.