Latest Odisha News

BREAKING NEWS

ଇଚ୍ଛାଶକ୍ତି ଆଗରେ ହାର ମାନିଛି ବୟସ

ମୁମ୍ବାଇ: କୁହାଯାଏ ବୟସ ମାତ୍ର ଏକ ସଂଖ୍ୟା। ପ୍ରାୟତଃ ଅଧୂକ ବୟସ ହୋଇଯାଇଥିବା ବୃଦ୍ଧଙ୍କୁ ଦେଖ୍ ନାନା ପ୍ରକାରର କଥା କହି ଦିଅନ୍ତି। ଅନେକଙ୍କୁ ଲାଗେ ବୟସ ହୋଇଯାଇଥିବା ଲୋକଙ୍କୁ କିଛି କାମ କରିପାରନ୍ତି ନାହିଁ । କେବଳ ଆରମ ଦରକାର ହୋଇଥାଏ। ହେଲେ ମନରେ ଆତ୍ମ ବିଶ୍ବାସ ଥିଲେ ମଣିଷ ସବୁ କିଛି କରିପାରେ । ଠିକ୍ ଏମିତି ଜଣେ ମହିଳା ଅଛନ୍ତି । ତାଙ୍କର ବୟସ ୬୩ ବର୍ଷ । ହେଲେ ତାଙ୍କ ଫିଟ୍‌ନେସ୍‌ ଦେଖିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ।

ମହିଳା ଜଣକ ନିଜ ଫିଟ୍‌ନେସ୍‌ ପାଇଁ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ଏହି ମହିଳାଙ୍କ ନାମ ଲେସ୍‌ଲି ‌ମେକ୍ସିବେଲ୍‌। ତାଙ୍କୁ କେହି ମଡେଲ୍‌ କହନ୍ତି ତ କେହି କହନ୍ତି ଫିଟ୍‌ନେସ୍‌ ଆଇକନ୍‌।  ସେ ଏତେ ଫିଟ୍ ଅଛନ୍ତି ଯେ ଲୋକେ ତାଙ୍କୁ ତାଙ୍କର ୨୦ ବର୍ଷୀୟା ନାତୁଣୀଙ୍କ ବଡ଼ ଭଉଣୀ ବୋଲି ଭାବନ୍ତି।

ଲେସ୍‌ଲିଙ୍କୁ ଜିମ୍‌ ଯିବା ଖୁବ୍ ପସନ୍ଦ। ବଡି ବିଲ୍ଡିଂ ପାଇଁ ତାଙ୍କୁ ଅନେକ ଅନୁ‌ଷ୍ଠାନ ପକ୍ଷରୁ ପୁରସ୍କୃତ ବି କରାଯାଇଛି। ତେବେ ସେ ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ହେବା ଏହି ଫିଟ୍‌ନେସ୍‌ ଯାତ୍ରା ଆରମ୍ଭ କରିଛନ୍ତି। ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ୧ ଲକ୍ଷ ୩୨ ହଜାରରୁ ଅଧିକ ଫଲୋୟର୍ସ ଅଛନ୍ତି। ସେଠାରେ ସେ ନିଜର ବ୍ୟାୟା‌ମ ଭିଡିଓ ସେୟାର୍‌ କରିଥାନ୍ତି ।

Leave A Reply

Your email address will not be published.