Latest Odisha News

BREAKING NEWS

ରିଷି କାପୁରଙ୍କ ସମ୍ପର୍କରେ ୧୦ ରୋଚକ ତଥ୍ୟ

ମୁମ୍ବାଇ: ଲଭରବୟ ରିଷି କାପୁର ପ୍ରଶଂସକଙ୍କୁ ଛାଡି ଆର ପାରିକୁ ଚାଲିଯାଇଛନ୍ତି । ଋଷି ସର୍ବଦା ସିଧାସଳଖ କଥା କହିବାକୁ ଭଲ ପାଆନ୍ତି । ଆସନ୍ତୁ ଜାଣିବା ଋଷୀଙ୍କ ଜୀବନର ୧୦ ତଥ୍ୟ ଯାହା ଆମକୁ ନିଶ୍ଚିତ ଭାବେ ତାଙ୍କ ଚରିତ୍ରକୁ ଠିକ୍ ଭାବେ ବୁଝାଇପାରିବ ।
୧.ପାଟିରୁ ଦୁର୍ଗନ୍ଧ ବାହାରୁଛି ବୋଲି ଝିଅ ରିଦ୍ଧିମା କହିବା ପରେ ସେ ସିଗାରେଟ ଛାଡି ଦେଇଥିଲେ ।
୨.ସର୍ବଦା ସେ ତାଙ୍କ ପୁଅ ରଣବୀର ଓ ଝିଅ ରିଦ୍ଧିମାଙ୍କୁ ଆବଶ୍ୟକଠାରୁ ଅଧିକ ଗୁରୁତ୍ୱ ଦେଉଥିଲେ । ଏଥିପାଇଁ ସେ ଫିଲ୍ମ କ୍ୟାରିୟରକୁ ବାଜିରେ ଲଗାଇବାକୁ ପଛାଉ ନ ଥିଲେ ।

୩.ଟୀନା ମୁନିମ ନେଇ ଋଷି ଓ ସଂଜୟ ଦତଙ୍କ ମଧ୍ୟରେ ଅଶାନ୍ତି ଉପୁଜିଥିଲା । ସଂଜୟ ସେ ସମୟରେ ଟୀନାଙ୍କୁ ଭଲ ପାଉଥିଲେ । ରିଷିଙ୍କ ସହ ଟୀନାଙ୍କ ମିଳାମିଶାକୁ ସଂଜୟ ସହ୍ୟ କରିପାରି ନ ଥିଲେ । ସେ ଗୁଲଶେନ ଗ୍ରୋଭରଙ୍କୁ ସାଥୀରେ ନେଇ ଝଗଡା କରିବାକୁ ଯାଇଥିଲେ । ନୀତୁ ସିଂ ବୁଝାସୁଝା କରିବା ପରେ ସଂଜୟ ବୁଝିଥିଲେ ।
୪. ୭୦ ଦଶକରେ ଅମିତାଭ ବଚ୍ଚନ ଓ ରିଷିଙ୍କ ଫିଲ୍ମ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ରହୁଥିଲା । ଏ ନେଇ ସମ୍ପର୍କରେ ସେତେଟା ମଧୁରତା ନ ଥିଲା । ଦୀର୍ଘ ଦିନ ପରେ ଉଭୟ ଏକତ୍ର ଅନେକ ଫିଲ୍ମରେ କାମ କରିଥିଲେ ।୫. ୩୦ ହଜାର ଟଙ୍କାରେ ମୁଁ ବବି ପାଇଁ ପୁରସ୍କାର କିିଣିଥିଲି ବୋଲି ଋଷି କହି ବିବାଦ ସୃଷ୍ଟି କରିଥିଲେ । ଅର୍ଥ କାରବାର ଯୋଗୁ ଜଂଜିର ବଦଳରେ ମୋତେ ବବି ଫିଲ୍ମ ପାଇଁ ପୁରସ୍କାର ମିଳିଥିଲା । ଅମିତାଭ ପୁରସ୍କାର ପାଇବେ ବୋଲି ସମସ୍ତେ ଆଶା କରିଥିଲେ । ଘଟଣାଟି ସତ ହୋଇଥିଲେ ମୂର୍ଖାମୀର ପରିଚୟ ଦେଇଥିଲେ ବୋଲି ରିଷି କହିଛନ୍ତି ।
୬.ରଣବୀର ସର୍ବଦା ମୋ ପରି ବାପା ହେବାକୁ କେବେ ହେଲେ ଚାହିଁବେ ନାହିଁ ବୋଲି କହୁଥିଲା । ମୁଁ ପିଲାଙ୍କୁ ଦୁଷ୍ଟ କରିଦେଉଥିଲେ ବୋଲି ରଣବୀର କହେ ।

୭.ରାଜ କାପୁରଙ୍କୁ ମୁଁ ବାପା ଅପେକ୍ଷା ସର୍ବଦା ଗୁରୁ ବୋଲି ଭାବେ । ସେଥିପାଇଁ ଆମ ମଧ୍ୟରେ ସାଧାରଣ ଭାବେ ବାପ-ପୁଅ ସମ୍ପର୍କ ନ ଥିଲା ।
୮. ଅଣ୍ଡରୱାର୍ଲ୍ଡ ଡନ ଦାଉଦ ଇବ୍ରାହିମ ସହ ୪ ଘଂଟା ଚା ପିଇ ସମୟ କାଟିଛି ବୋଲି ରିଷି ସ୍ୱୀକାର କରିଥିଲେ ।
୯. ତବାୟଫ ଫିଲ୍ମ ଦାଉଦଙ୍କୁ ପସନ୍ଦ ଥିବାରୁ ସେ ମୋ ସହିତ ଯୋଗାଯୋଗରେ ରହୁଥିଲେ ବୋଲି ରିଷି କହିଥିଲେ ।
୧୦. ଜିତେନ୍ଦ୍ରଙ୍କ ସହ ମୋ ସମ୍ପର୍କ ଭଲ ଥିଲା । କ୍ୟାରିୟର ଶିଖରରେ ଥିବା ବେଳେ ଅମିତାଭଙ୍କ ସହ ଭଲ ସମ୍ପର୍କ ନ ଥିଲା ।

Leave A Reply

Your email address will not be published.