Latest Odisha News

BREAKING NEWS

IPS ଅଧିକାରୀଙ୍କ ପତ୍ନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଅହମ୍ମଦାବାଦ: ଆଇପିଏସ୍ ଅଧିକାରୀଙ୍କ ପତ୍ନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ମୃତକ ଗୁଜରାଟ କ୍ୟାଡରର IPS ଅଧିକାରୀ ଆରଟି ସୁସରାଙ୍କ ପତ୍ନୀ ସାଲୁବେନ। ଗୁଜରାଟର ଅହମଦାବାଦସ୍ଥିତ ବାସଭବନରୁ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ନିକଟରେ ଏକ ବିବାହ ଭୋଜିକୁ ଯାଇ ଫେରିବା ପରେ ସେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ହେଲେ ଆତ୍ମହତ୍ୟାର ପ୍ରକୃତ କାରଣ ଏଯାଏ ସ୍ପଷ୍ଟ ହୋଇନାହିଁ।

ସୂଚନା ଅନୁସାରେ, ମୃତ ମହିଳାଙ୍କ ସ୍ୱାମୀ ୨୦୧୧ ବ୍ଯାଚ ଗୁଜୁରାଟ କ୍ୟାଡରର IPS ଅଧିକାରୀ ଆରଟି ସୁସରା ସୁରଟ ହାଜିରା ସାମୁଦ୍ରିକ ଟାସ୍କ ଫୋର୍ସ ଅଧୀକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତି। ଉଭୟ ଏକ ବିବାହ ଉତ୍ସବରେ ଯୋଗଦେବାକୁ ସୁରଟ ଯାଇଥିଲେ। ଭୋଜିରେ ଯୋଗଦେବା ପରେ ଗତକାଲି ଉଭୟ ନିଜ ବାସଭବନକୁ ଫେରିଥିଲେ। ସକାଳୁ ସୁସରା ତଳ ମହଲାର ଅନ୍ୟ ଏକ କଠୋରୀରେ ପତ୍ନୀଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ। ଏନେଇ ତୁରନ୍ତ ପୋଲିସକୁ ଖବର ଦେଇଥିଲେ। ପୋଲିସ ମୃତଦେହ ଜବତ କରିବା ସହ ପୋଷ୍ଟମୋର୍ଟମ ପାଇଁ ପଠାଇଛି।

ସହକାରୀ ପୋଲିସ କମିଶନର ଏସ ଏମ ପଟେଲ କହିଛନ୍ତି, ସୁରଟରୁ ଫେରିବା ପରେ ହଠାତ୍ ଏପରି ନିଷ୍ପତ୍ତି ନେଇଛନ୍ତି ସାଲୁବେନ । ଘଟଣାସ୍ଥଳରୁ କୌଣସି ସୁଇସାଇଡ୍ ନୋଟ୍ ଜବତ ହୋଇନି । ଆତ୍ମହତ୍ୟାର ପ୍ରକୃତ କାରଣ କଣ ତଦନ୍ତ ପରେ ସ୍ପଷ୍ଟ ହେବ।

Leave A Reply

Your email address will not be published.