Latest Odisha News

BREAKING NEWS

ଜାଣନ୍ତୁ, ଓଡ଼ିଶା ବିଧାନସଭା ବାଚସ୍ପତିଙ୍କ ସମ୍ପୂର୍ଣ୍ଣ ତାଲିକା…

ଭୁବନେଶ୍ୱର: ନିର୍ବାଚନରେ ବିପୁଳ ବିଜୟ ହାସଲ କରି ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ନବୀନ ନୂଆ ମନ୍ତ୍ରୀମଣ୍ଡଳ ଗଠନ କରିବା ସହିତ ବିଭାଗ ବଣ୍ଟନ କରିସାରିଛନ୍ତି । ଏପରିକି କିଛି ମନ୍ତ୍ରୀମାନେ ଦାୟିତ୍ୱଗ୍ରହଣ କରିବା ପରେ ନିଜ ବିଭାଗରେ କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି । ତେବେ ବିଧାନସଭାର ମୁଖ୍ୟ ବାଚସ୍ପତି ପଦବୀର ଆଜି ହେବ ଚୟନ । ନିର୍ବାଚନ ଏକପ୍ରକାର ସମାପ୍ତ ହୋଇଛି କହିଲେ ଚଳେ । ଶାସକ ବିଜୁ ଜନତା ଦଳ ପକ୍ଷରୁ ପୂର୍ବତନ ମନ୍ତ୍ରୀ ତଥା ବିଧାନସଭାର ବରିଷ୍ଠ ସଦସ୍ୟ ସୂର୍ଯ୍ୟ ନାରାୟଣ ପାତ୍ର ନୂତନ ବାଚସ୍ପତି ହେବା ନିଶ୍ଚିତ ହୋଇଛି । ଓଡ଼ିଶା ବିଧାନସଭାର ବାଚସ୍ପତି ପଦବୀ ଲାଗି ବିରୋଧୀ ବିଜେପି କିମ୍ବା କଂଗ୍ରେସ ଦଳ ପକ୍ଷରୁ କେହି ପ୍ରାର୍ଥୀତ୍ୱ ଘୋଷଣା କରିନଥିବା ଯୋଗୁଁ ସୂର୍ଯ୍ୟ ନାରାୟଣ ପାତ୍ର ନୂତନ ବାଚସ୍ପତି ଭାବେ ଶପଥ ନେବା ଏକପ୍ରକାର ସ୍ପଷ୍ଟ ହୋଇଯାଇଛି ।

ଓଡ଼ିଶା ବିଧାନସଭା ବାଚସ୍ପତି ତାଲିକା:

ନାମ                             କାର୍ଯ୍ୟକାଳ
ମୁକୁନ୍ଦ ପ୍ରସାଦ ଦାସ :          ୧୯୩୭ – ୧୯୪୬
ଲାଲ ମୋହନ ପଟ୍ଟନାୟକ :   ୧୯୪୬ – ୧୯୫୨
ନନ୍ଦକିଶୋର ଦାସ :            ୧୯୫୨ – ୧୯୫୭
ନୀଳକଣ୍ଠ ଦାସ :                ୧୯୫୭ – ୧୯୬୧
ଲିଙ୍ଗରାଜ ପାଣିଗ୍ରାହୀ :         ୧୯୬୧ – ୧୯୬୭
ନନ୍ଦକିଶୋର ମିଶ୍ର :             ୧୯୬୭ – ୧୯୭୧
ନନ୍ଦକିଶୋର ମିଶ୍ର :             ୧୯୭୧ – ୧୯୭୪
ବ୍ରଜ ମୋହନ ମହାନ୍ତି :          ୧୯୭୪ – ୧୯୭୭
ସତ୍ୟପ୍ରିୟ ମହାନ୍ତି :              ୧୯୭୭ – ୧୯୮୦
ସୋମନାଥ ରଥ :                ୧୯୮୦ – ୧୯୮୪
ପ୍ରସନ୍ନ କୁମାର ଦାଶ :            ୧୯୮୪ – ୧୯୮୫
ପ୍ରସନ୍ନ କୁମାର ଦାଶ :            ୧୯୮୫ – ୧୯୯୦
ଯୁଧିଷ୍ଠିର ଦାସ :                  ୧୯୯୦ – ୧୯୯୫
କିଶୋର ଚନ୍ଦ୍ର ପଟେଲ :         ୧୯୯୫ – ୧୯୯୬
ଚିନ୍ତାମଣି ଦ୍ୟାନ ସାମନ୍ତରାୟ :  ୧୯୯୬ – ୨୦୦୦
ଶରତ କୁମାର କର :             ୨୦୦୦ – ୨୦୦୪
ମହେଶ୍ୱର ମହାନ୍ତି :              ୨୦୦୪ – ୨୦୦୮
କିଶୋର କୁମାର ମହାନ୍ତି :      ୨୦୦୮ – ୨୦୦୯
ପ୍ରଦୀପ କୁମାର ଅମାତ :        ୨୦୦୯ – ୨୦୧୪
ନିରଞ୍ଜନ ପୂଜାରୀ :              ୨୦୧୪ – ୨୦୧୯
ସୂର୍ଯ୍ୟ ନାରାୟଣ ପାତ୍ର :         ୨୦୧୯ – ——-

 

Leave A Reply

Your email address will not be published.