Latest Odisha News

BREAKING NEWS

ଝରକା ଭାଙ୍ଗି ସ୍ତ୍ରୀ ଚମ୍ପଟ, ସ୍ତ୍ରୀଙ୍କୁ ଖୋଜିଦେଲେ ୫ ହଜାର ଦେବି: ସ୍ୱାମୀ

କୋଲକାତା : ଘରୁ ସ୍ତ୍ରୀ ଛାଡ଼ି ଚାଲିଯାଇଛି । ଯିଏ ମୋ ସ୍ତ୍ରୀଙ୍କୁ ଖୋଜି ଦେବ ମୁଁ ତାଙ୍କୁ ୫ ହଜାର ଟଙ୍କା ଦେବି । ସୋସିଆଲ ମିଡ଼ିଆରେ ଜଣେ ସ୍ୱାମୀ ଏଭଳି କହିଛନ୍ତି । ସମ୍ପୃକ୍ତ ସ୍ତ୍ରୀ ସାଥୀରେ ଝିଅକୁ ନେଇ ଫେରାର ହୋଇଯାଇଛନ୍ତି । ପଶ୍ଚିମବଙ୍ଗର ପିଙ୍ଗଲରେ ଏହି ଅଜବ ଘଟଣା ଘଟିଛି ।

ସ୍ୱାମୀ ଜଣକ ପେଶାରେ କାଠ କାରିଗର । ଡିସେମ୍ବର ୯ ତାରିଖରୁ ତାଙ୍କ ସ୍ତ୍ରୀ ଓ ଝିଅ ନିଖୋଜ ଅଛନ୍ତି । ସେମାନଙ୍କୁ ଖୋଜି ନପାଇବାରୁ ସ୍ୱାମୀ ଜଣକ ସୋଶାଲ ମିଡ଼ିଆର ସାହାରା ନେଇଛନ୍ତି । ଫେସବୁକରେ ସ୍ୱାମୀ ଲୋଖିଛନ୍ତି ‘୯ ତାରିଖରୁ ସ୍ତ୍ରୀ ଓ ଛିଅ ନିଖୋଜ ଅଛନ୍ତି । ଯିଏ ସେମାନଙ୍କ ସନ୍ଧାନ ପାଇବ ଜଣାଇବାକୁ ଅନୁରୋଧ କରିଛନ୍ତି ସ୍ୱାମୀ ।’ ତାଙ୍କ ସ୍ତ୍ରୀଙ୍କୁ ଖୋଜିଦେଲେ ସେ ୫ ହଜାର ଟଙ୍କା ଦେବେ ବୋଲି ଘୋଷଣା କରିଛନ୍ତି ।

ସ୍ୱାମୀ ଜଣକ ହାଇଦ୍ରାବାଦରେ ରହି କାମ କରନ୍ତି । ଘରୁ ସ୍ତ୍ରୀ ଓ ଝିଅ ଘର ଛାଡ଼ି ପଳାଇବା ଖବର ସେ ପାଇଥିଲେ । ଖବର ପାଇ ସେ ଘରକୁ ଆସିଥିଲେ । ଏ ବାବଦରେ ଥାନାରେ ମଧ୍ୟ ଅଭିଯୋଗ କରିଥିଲେ ।

ସ୍ୱାମୀ ଜଣକ କହିଛନ୍ତି ଯେ, ମୋବାଇଲ ଲୋଭରେ ତାଙ୍କ ସ୍ତ୍ରୀ ଅନ୍ୟଜଣେ ପୁରୁଷ ସହ ପଳାଇଛନ୍ତି । ତାଙ୍କ ସ୍ତ୍ରୀ ସେଇ ପ୍ରେମିକ ସହ ଯୋଗାଯୋଗରେ ଥିଲେ । ଗଲାବେଳେ ତାଙ୍କ ସ୍ତ୍ରୀ ସବୁ ସୁନାଗହଣା, ନିଜର ଓ ଝିଅର ପରିଚୟ ପତ୍ର ଆଦି ନେଇଯାଇଛନ୍ତି । ଘଟଣା ଦିନ ସ୍ତ୍ରୀ ଜଣକ ଝରକା ଭାଙ୍ଗି ଖସିଯାଇଥିବା ସ୍ୱାମୀ କହିଛନ୍ତି ।

Leave A Reply

Your email address will not be published.