Latest Odisha News

BREAKING NEWS

ଶିବଲିଙ୍ଗଙ୍କୁ ସ୍ନେହରେ ଆଲିଙ୍ଗନ କରୁଛି ବଣୁଆ ଭାଲୁ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯାହା ଆପଣଙ୍କ ହୃଦୟକୁ ସ୍ପର୍ଶ କରିବ । ଏହି ଭିଡିଓ ଛତିଶଗଡର ଚଣ୍ଡି ମାତା ମନ୍ଦିରର ବୋଲି କୁହାଯାଉଛି। ଭିଡିଓରେ ଦେଖିବାକୁ ମିଳିଛୁ ଯେ, ଏକ ବଣୁଆ ଭାଲୁ ଶିବଲିଙ୍ଗଙ୍କୁ ଅତି ସ୍ନେହରେ ଆଲିଙ୍ଗନ କରୁଛି | ଏହି ଦୃଶ୍ୟ ଲୋକଙ୍କ ହୃଦୟ ଜିତିଛି ।

ଏହି ଭିଡିଓରେ,  ମହାକଳେଶ୍ୱର ରୂପରେ ସଜାଯାଇଥିବା ଏକ ଶିବଲିଙ୍ଗ ପାଖରେ ଏକ ବଣୁଆ ଭାଲୁ ବସିଥିବାର ଦେଖିବାକୁ ମିଳୁଛି । ଶିବଲିଙ୍ଗଙ୍କୁ ବହୁତ ସ୍ନେହରେ ଏବଂ ଆଦର ସହିତ ଆଲିଙ୍ଗନ କରୁଛି ।ଛତିଶଗଡର ବାଗବ୍ରାହର ଅଞ୍ଚଳରେ ଅବସ୍ଥିତ ଚଣ୍ଡି ମାତା ମନ୍ଦିରର ଭିଡିଓ ବୋଲି ଜଣା ପଡିଛି ।

https://www.instagram.com/reel/DEM33XwN3MO/?utm_source=ig_embed&ig_rid=585c0cb6-9755-4a23-91b8-85cda2dbac7d

ଏହି କିଛି ସେକେଣ୍ଡ ଭାଇରାଲ ଭିଡିଓରେ ତିନିହଜାରରୁ ଅଧିକ କମେଣ୍ଟ ଆସି ସାରିଛି । ଲୋକେ ଶିବଙ୍କ ପଶୁପତିନାଥଙ୍କ ରୂପକୁ ମନେ ପକେଇଛନ୍ତି । ନେପାଳର କାଠମାଣ୍ଡୁରେ ବାଗମତି ନଦୀ କୂଳରେ ପଶୁପତିନାଥ ମନ୍ଦିର ରହିଛି । ମହାଦେବଙ୍କ ଏହି ରୂପ ଜୀବ ଦୟାର ବର୍ତ୍ତା ମଧ୍ୟ ଦେଇଥାଏ ।

Comments are closed.