Latest Odisha News

ଗିଲ ହେବେ କି ଟିମ ଇଣ୍ଡିଆର ପରବର୍ତୀ ଅଧିନାୟକ

ନୂଆଦିଲ୍ଲୀ: ଚାମ୍ପିୟନ୍ସ ଟ୍ରଫି ପାଇଁ ଘୋଷିତ ଭାରତୀୟ ଦଳରେ ଶୁଭମନ ଗିଲଙ୍କୁ ଉପ ଅଧିନାୟକ କରାଯାଇଛି । ଖରାପ ଫର୍ମ ସତ୍ୱେ ଗିଲ ଏହି ଦାୟିତ୍ୱ ଦିଆଯିବା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଆଉ ହାତଗଣତି ସିରିଜ ପରେ ରୋହିତ ଶର୍ମା ଅଧିନାୟକ ପଦରୁ ହଟିବା ସହ ଅବସର ନେଇପାରନ୍ତି । ତାଙ୍କ ପରେ ଟିମ ଇଣ୍ଡିଆର କିଏ ଅଧିନାୟକ ହେବ ସେ ନେଇ ଆଲୋଚନା ଜୋର ଧରିଛି । ରୋହିତଙ୍କୁ ଚାମ୍ପିୟନ୍ସ ଟ୍ରଫି ଓ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରେ ପୂର୍ବଭଳି ଅଧିନାୟକ କରାଯାଇଛି । ରୋହିତଙ୍କ ଉପସ୍ଥିତିରେ ଗିଲଙ୍କୁ ପରବର୍ତୀ ଅଧିନାୟକ ଭାବେ ପ୍ରସ୍ତୁତ କରାଯାଉଥିବା ଅନୁମାନ କରାଯାଉଛି । ଚୟନ କମିଟି ମୂଖ୍ୟ ଅଜିତ ଅଗରକର କହିଛନ୍ତି ଯେ, ଗିଲ ଏହା ପୂର୍ବରୁ ଶ୍ରୀଲଙ୍କା ବିପକ୍ଷ ସିରିଜରେ ମଧ୍ୟ ଦଳର ଉପ ଅଧିନାୟନ ଥିଲେ । ଏହା କେବଳ ବଜାୟ ରଖାଯାଇଛି ।

ଡ୍ରେସିଂ ରୁମରେ ଖେଳାଳିଙ୍କ ପ୍ରତିକ୍ରିୟାକୁ ନିଆଯାଇ ଭବିଷ୍ୟତ ପାଇଁ ପ୍ଲାଟଫର୍ମ ପ୍ରସ୍ତୁତ କରାଯାଉଛି । ଦଳ ଚୟନ ପୂର୍ବରୁ ଗିଲ ଚୂଡାନ୍ତ ଦଳରେ ସ୍ଥାନ ପାଇବେ କି ନାହିଁ ସନ୍ଦେହ ସୃଷ୍ଟି ହୋଇଥିଲା । ତାଙ୍କ ସ୍ଥାନରେ ଯଶସ୍ୱୀ ଜୈସୱାଲ ଖେଳିବା ଏକପ୍ରକାର ନିଶ୍ଚିତ ମନେ କରାଯାଉଥିଲା । ଗିଲ ଏବେ ଉପ ଅଧିନାୟକ ହେବା ପରେ ଅନେକ ପ୍ରଶ୍ନର ଉତର ପ୍ରାୟତଃ ମିଳିଯାଇଛି । ୨୫ ବର୍ଷୀୟ ଏହି ଯୁବ ବ୍ୟାଟ୍ସମ୍ୟାନ ୪୭ ଦିନିକିଆରେ ୫୮.୨୦ ଆଭରେଜରେ ୨୩୨୮ ରନ କରିଛନ୍ତି । ତାଙ୍କ ନିକଟରେ ଦଳର ନେତୃତ୍ୱ ନେବାର ସମସ୍ତ ଦକ୍ଷତା ରହିଥିବା ବୋଧହୁଏ ଚୟନକମିଟି ଅନୂଭବ କରୁଛି ।

Comments are closed.