Latest Odisha News

BREAKING NEWS

ଖୁବ ଶୀଘ୍ର ଶୁଖିଯିବ ଗଙ୍ଗା !

ନୂଆଦିଲ୍ଲୀ : ସତ ହେବ କି ପୁରାଣ ? ଶୁଖିଯିବ କି ଗଙ୍ଗା ? ପ୍ରୟାଗରାଜରେ ଗଙ୍ଗା- ଯମୁନା ସଙ୍ଗମରେ ଚାଲିଛି ମହାକୁମ୍ଭ। ଏବେ ସୁଦ୍ଧା ୪୬ କୋଟିରୁ ଅଧିକ ଶ୍ରଦ୍ଧାଳୁ ସେଠାରେ ବୁଡ ପକାଇ ସାରିଲେଣି। ଏହାରି ଭିତରେ ପ୍ରଶ୍ନ ଉଠୁଛି, ୨୦୫୦ ବେଳକୁ ଶୁଖିଯିବ କି ଗଙ୍ଗା ? ୟୁନାଇଟେଡ଼ ନେସନର ଏକ ରିପୋର୍ଟ ଅନୁସାରେ ଏହା ଶୁଣିବାକୁ ମିଳୁଛି। ଅନ୍ୟପଟେ ଦିନେ ନା ଦିନେ ଗଙ୍ଗା ଫେରି ଯିବା ନେଇ ପୁରାଣରେ ଉଲ୍ଲେଖ ରହିଛି।

କ’ଣ କହୁଛି ୟୁଏନଏ ରିପୋର୍ଟ ?
ୟୁନାଇଟେଡ଼ ନେସନ ୨୦୨୫ କୁ ଇଣ୍ଟରନ୍ୟାସନଲ୍ ଇୟର ଅଫ ଗ୍ଲାସିଅର ଘୋଷଣା କରିଛି। ଏହି କାରଣରୁ ସାରା ବିଶ୍ବରେ ଥିବା ସମସ୍ତ ଗ୍ଲାସିଅର ଜଳବାୟୁ ପରିବର୍ତ୍ତନ କାରଣରୁ ତରଳିବ। ୧ ଲକ୍ଷ ୮୬ ହଜାର ଗ୍ଲାସିଅର ବିଶ୍ବ ଐତିହ୍ୟର ମାନ୍ୟତା ପାଇଥିବା ବେଳେ, ଏହା ୬୬ ହଜାର ବର୍ଗ କିଲୋମିଟର କ୍ଷେତ୍ରରେ ରହିଛି। ତେବେ ଏହି ସମସ୍ତ ଗ୍ଲାସିଅର ମୋଟ ପରିମାଣର ୧୦ ପ୍ରତିଶତ।

ହିମାଳୟ ସମେତ ବିଶ୍ବର ୧୦ ବର୍ଗ କିଲୋମିଟରରେ ଥିବା ସମସ୍ତ ଗ୍ଲାସିଅର ଆଗାମୀ ୨୫ ବର୍ଷରେ ଶୁଖିଯିବ। ସେହିପରି ୧୦୦ ବର୍ଗ କିଲୋମିଟର ଏରିଆରେ ରହିଥିବା ସମସ୍ତ ଗ୍ଲାସିଅର, ଆଗାମୀ ୭୫ ବର୍ଷରେ ଶୁଖିବା ନେଇ ରିପୋର୍ଟରେ ପ୍ରକାଶ ପାଇଛି।

ଗଙ୍ଗା ସହିତ ଗ୍ଲାସିଅରର ସମ୍ପର୍କ କ’ଣ?
ହିମାଳୟର ଗ୍ଲାସିଅରରୁ ବାହାରିଥିବା ଦୁଇ ଜଳଧାରା ଅଳକାନନ୍ଦା ଓ ଭାଗୀରଥୀର ସଙ୍ଗମରେ, ଦେବପ୍ରୟାଗରେ ସୃଷ୍ଟି ହୋଇଛି ଗଙ୍ଗା। ଅଳକାନନ୍ଦାର ଜଳଧାରା କେଦାରନାଥ ସ୍ଥିତ ସନ୍ତୋପଥ ଗ୍ଲାସିଅରରୁ ବାହାରିଛି। ସେହିପରି ଭାଗୀରଥୀ ଗଙ୍ଗୋତ୍ରିରୁ ସୃଷ୍ଟି ହୋଇଛି। ବିଶେଷଜ୍ଞଙ୍କ ସୂଚନା ମୁତବକ, ଅଳକାନନ୍ଦାକୁ ଗଙ୍ଗାର ମୁଖ୍ୟ ଜଳ ଉତ୍ସ କୁହାଯାଏ। ତେବେ ଏହି ଦୁଇ ଜଳଧାରାର ଉତ୍ପତ୍ତି ହୋଇଥିବା ଗ୍ଲାସିଅର ପ୍ରତିବର୍ଷ ୩୮ ମିଟର ତରଳୁଛି।

ଆଉ କେତେ ଦିନ ରହିବ ଗଙ୍ଗାର ଅସ୍ତିତ୍ଵ ?
ଗଙ୍ଗୋତ୍ରି ଗ୍ଲାସିଅର ୧୯ ହଜାର ୬୮୩ ବର୍ଗ କିମି ଏରିଆରେ ରହିଛି। ହିମାଳୟ କ୍ଷେତ୍ରରେ ତାପମାତ୍ରା ବୃଦ୍ଧି କାରଣରୁ ଗ୍ଲାସିଅର ତରଳିବାରେ ଲାଗିଛି। ଯଦି ଏଭଳି ଭାବରେ ବରଫ ତରଳେ ଓ ଗ୍ଲାସିୟର ଶେଷ ହୁଏ ତେବେ ଆଗାମୀ ଦିନରେ ଇତିହାସ ହେବ ପବିତ୍ର ଗଙ୍ଗାନଦୀ।

ବ୍ୟୁରୋ ରିପୋର୍ଟ ଓଡ଼ିଶା ସମ୍ବାଦ

Comments are closed.