Latest Odisha News

ମୁସେୱାଲାଙ୍କ ହତ୍ୟା ପରେ ପଂଜାବରେ ବଢ଼ିଲା ଗ୍ୟାଙ୍ଗୱାର ଆଶଙ୍କା

ଚଣ୍ଡୀଗଡ: ଲୋକପ୍ରିୟ ଗାୟକ ସିଦ୍ଧୁ ମୁସେୱାଲଙ୍କ ହତ୍ୟା ପରେ ଏବେ ପଞ୍ଜାବରେ ଗ୍ୟାଙ୍ଗୱାର ଆଶଙ୍କା ବୃଦ୍ଧି ପାଇଛି । ଦିଲ୍ଲୀ-ଏନସିଆରର ନୀରଜା ବବନା ଗ୍ୟାଙ୍ଗ ୨ ଦିନ ମଧ୍ୟରେ ସିଦ୍ଧୁଙ୍କ ହତ୍ୟାକାରୀକୁ ମରାଯିବ ବୋଲି ଧମକ ଦେଇଛି । ଇତି ମଧ୍ୟରେ ତିଲ୍ଲୁ ତେଜପୁରିୟା, କୌଶଲ ଗୁଡଗାଁଓ ଓ ଦବିନ୍ଦର ବଂବିହା ଗ୍ୟାଙ୍ଗ ହାତ ମିଳାଇଛନ୍ତି । ସିଦ୍ଧୁ ଆମର ଭାଇ ଥିଲେ, ୨ ଦିନ ମଧ୍ୟରେ ରେଜଲ୍ଟ ଦେଖାଇଦେବୁ ବୋଲି ସେମାନେ ଲେଖିଛନ୍ତି । ସୂଚନାଯୋଗ୍ୟ, ଗୋଲ୍ଡି ବରାର ଓ ଲରେନ୍ସ ଗ୍ୟାଙ୍ଗ ଏହି ହତ୍ୟାକାଣ୍ଡ କରିଥିବା ମାନିଛନ୍ତି ।

ନୀରଜ ଏବେ ତିହାର ଜେଲରେ ଅଛନ୍ତି । ସେଠାରୁ ସେ ଗ୍ୟାଙ୍ଗକୁ ଅପରେଟ କରୁଛନ୍ତି । ତାଙ୍କ ଗ୍ୟାଙ୍ଗରେ ହରିୟାଣା, ୟୁପି ଓ ପଂଜାବର ଅପରାଧୀ ରହିଛନ୍ତି । ଦିଲ୍ଲୀରେ ନୀତୁ ଦାବୋଦାଙ୍କ ଏନକାଂଉଟର ପରେ ନୀରଜ ପ୍ରଭାବ ବିସ୍ତାର ହୋଇଛି । ପୋଲିସ ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ ମଧ୍ୟ ପଂଜାବରେ ରକ୍ତର ହୋଲୀ ଖେଳକୁ ଏଡାଇ ଦେଇ ହେବ ନାହିଁ । ଆମ ଆଦମୀ ପାର୍ଟି ସରକାର କେତେକ ବିଶିଷ୍ଠ ବ୍ୟଙ୍କିଙ୍କ ଉପରେୁ ସୁରକ୍ଷା ହଟାଇବାର ଦିନକ ପରେ ସିଦ୍ଧୁଙ୍କୁ ହତ୍ୟା କରାଯାଇଥିଲା ।

Leave A Reply

Your email address will not be published.