Latest Odisha News

BREAKING NEWS

ନବରାତ୍ରିରେ ଦକ୍ଷିଣ ଦିଲ୍ଲୀରେ ଆମିଷ ନିଷିଦ୍ଧ, ମେୟର କହିଲେ ବ୍ରତ ବେଳେ ଲୋକଙ୍କୁ ଆମିଷ ଗନ୍ଧେଇବ

ଏହି ସମୟରେ ସମସ୍ତ ମାଂସ ଦୋକାନ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ଦକ୍ଷିଣ ଦିଲ୍ଲୀ ମହାନଗର ନିଗମ । ଲୋକଙ୍କ ମତ ଗ୍ରହଣ କରି ବନ୍ଦ କରାଯାଉଛି ବୋଲି କହିଛନ୍ତି ମେୟର ସୂର୍ଯ୍ୟନ ।

ନୂଆଦିଲ୍ଲୀ: ଆସନ୍ତା ସୋମବାର ଯାଏଁ ଦକ୍ଷିଣ ଦିଲ୍ଲୀରେ ଆମିଷ ବିକ୍ରି ବନ୍ଦ । ନବରାତ୍ରି ସକାଶେ ଦକ୍ଷିକ୍ଷ ଦିଲ୍ଲୀ ମହାନଗର ନଗିମ ଅଞ୍ଚଳରେ ଆମିଷ ମିଳିବ ନାହିଁ । ସମସ୍ତ ଆମିଷ ଦୋକାନ ବନ୍ଦ ରହିବ । ମେୟର ମୁକେଶ ସୂର୍ଯ୍ୟନ ତାଙ୍କ ମହାନଗର ନିଗମର ପରିଧି ଭିତରେ ସମସ୍ତ ଆମିଷ ବା ମାଂସ ଦୋକାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏପରିକି ରେସ୍ତୋରାଁରେ ମଧ୍ୟ ଆମିଷ ଭୋଜନ କିଛି ମିଳିବ ନାହିଁ।

ନବରାତ୍ରି ସମୟରେ ସାଧାରଣ ଲୋକ ଚାହୁଁଛନ୍ତି, ଆମିଷଠୁ ଦୂରେଇ ରହିବାକୁ । ସେହି ସମୟରେ ମାଂସ ଦୋକାନ ଖୋଲା ରହିଲେ ଆମିଷ ଗନ୍ଧରେ ଭକ୍ତ ମାନଙ୍କର ଶ୍ରଦ୍ଧା, ଭକ୍ତି ତୁଟି ଯାଉଛି । ଭକ୍ତିଭାବରୁ ମନ ଦୂରେଇ ଯାଉଛି । ଏଭଳି ଭକ୍ତବତ୍ସଳ ମନ୍ତବ୍ୟ ଦେଇଛନ୍ତି ସୂର୍ଯ୍ୟନ ।

ସେ କହିଛନ୍ତି ଯେ, ଯେମିତି ଅନ୍ୟ ମୁସଲମାନ ଦେଶ ଗୁଡ଼ିକରେ ରମଜାନ ସମୟରେ ସାଧାରଣରେ ପାନୀୟ ଜଳ ନିଷିଦ୍ଧ କରାଯାଉଛି । ସେଭଳି ଆମେ ଏଠି ଧର୍ମୀୟ ପରିବେଶ ସକାଶେ ଆମିଷକୁ ସଂପୂର୍ଣ ବନ୍ଦ କରୁଛୁ । ଏଥିପାଇଁ ସାଧାରଣ ଲୋକଙ୍କ ମତ ନିଆଯାଇଥିବା କଥା କହିଛନ୍ତି ସୂର୍ଯ୍ୟନ ।

ଅନେକ ଲୋକ ଏହାକୁ ବିରୋଧ କରିଛନ୍ତି । ଅନ୍ୟପଟରେ ଲୋକେ ଏହି ପଦକ୍ଷେପକୁ ଆଗ୍ରହ କରି ସୂର୍ଯ୍ୟନଙ୍କୁ ମିଠା ଖୁଆଇଥିବା କଥା ଗଣମାଧ୍ୟମକୁ କହିଛନ୍ତି । ଏପ୍ରିଲ ୨ରୁ ନବରାତ୍ରି ଆରମ୍ଭ ହୋଇଥିବା ବେଳେ ୧୧ରେ ସରିବ ନବରାତ୍ରି ଓଷା ବା ବ୍ରତ । ସେହି ଦିନ ପର୍ଯ୍ୟନ୍ତ ଦକ୍ଷିଣ ଦିଲ୍ଲୀ ମହାନଗର ନିଗମ ପରିଧିରେ ସମସ୍ତ ଆମିଷ ଦୋକାନ ବନ୍ଦ ରହିବ । ନିୟମ ଉଲଂଘନ ହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ମେୟର ।

Leave A Reply

Your email address will not be published.