Latest Odisha News

ବିଜୟଙ୍କ ବିଷ୍ଟ ଫିଲ୍ମ ଉପରେ ପ୍ରତିବନ୍ଧ ଲଗାଇଲେ କୁଏଟ ସରକାର

ମୁମ୍ବାଇ: ଦକ୍ଷିଣ ଭାରତ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଥାଲାପତି ବିଜୟଙ୍କ ଅଗାମୀ ଫିଲ୍ମ ବିଷ୍ଟ ଉପରେ ଏବେ ସମସ୍ତଙ୍କ ନଜର । କୁଏଟ ସରକାର ଏହି ଫିଲ୍ମକୁ କିନ୍ତୁ ଦେଶରେ ରିଲିଜ ନ କରିବା ପାଇଁ ନିଷ୍ପତି ନେଇଛନ୍ତି । ଏଥିରେ ଇସଲାମ ଆତଙ୍କବାଦୀ ଉପରେ କେତେକ ଦୃଶ୍ୟ ଥିବାରୁ ଏହି ନିଷ୍ପତି ନିଆଯାଇଛି । ୧୫୦ କୋଟି ବଜେଟରେ ନିର୍ମିତ ବିଜୟଙ୍କ ହୋଷ୍ଟେଜ ଥ୍ରୀଲରର କେତେକ ଦୃଶ୍ୟ ପାକିସ୍ତାନୀ ଆତଙ୍କବାଦୀଙ୍କ ଉପରେ ଆଧାରିତ । ପୂର୍ବରୁ ଦୁଲକର ସଲମାନଙ୍କ ଫିଲ୍ମ କୁରୂପ ଓ ବିଷ୍ଣୁ ବିଶାଳଙ୍କ ଏଫଆଇଆର ଉପରେ ମଧ୍ୟ କୁଏଟରେ କଟକଣା ଲଗା ଯାଇଥିଲା ।

ୟଶଙ୍କ କେଜିଏଫ ୨ ଏବଂ ବିଜୟଙ୍କ ବିଷ୍ଟ ମଧ୍ୟରେ ବକ୍ସ ଅଫିସରେ କଡା ମୁକାବିଲା ହେବ ବୋଲି ଅନୁମାନ କରାଯାଉଛି । ବିଷ୍ଟର ନିର୍ଦ୍ଦେଶନା ନେଲଶନ ଦିଲୀପ କୁମାର ଦେଇଥିବା ବେଳେ ପୂଜା ହେଗଡେ ଓ ସେଲଭାର ରାଘବନ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି ।

Leave A Reply

Your email address will not be published.