Latest Odisha News

ପ୍ରିୟଙ୍କାଙ୍କୁ ଡେଟ କରୁଛନ୍ତି ଭେଙ୍କେଟେଶ !

ମୁମ୍ବାଇ: ଭାରତର ଯୁବ କ୍ରିକେଟର ଭେଙ୍କେଟେଶ ଆୟାର ଆଇପିଏଲର ଗତ ସଂସ୍କରଣରେ ଚମତ୍କାର ପ୍ରଦର୍ଶନ କରିଥିଲେ । ତାଙ୍କ ପ୍ରଦର୍ଶନ ବଳରେ କୋଲକାତା ନାଇଟ ରାଇଡର୍ସ ଫାଇନାଲରେ ପ୍ରବେଶ କରି ଲୋକପ୍ରିୟ ହୋଇଥିଲେ । ତେବେ ଏଥର କିନ୍ତୁ ସେ ଭିନ୍ନ ଏକ କାରଣ ନେଇ ଚର୍ଚ୍ଚାକୁ ଆସିଛନ୍ତି । ଭେଙ୍କେଟେଶ ତେଲୁଗୁ ଅଭିନେତ୍ରୀ ପ୍ରିୟଙ୍କା ଜାୱଲକରଙ୍କୁ ଡେଟ କରୁଥିବା ନେଇ ବିଭିନ୍ନ ୱେବସାଇଟରେ ଖବର ପ୍ରକାଶ ପାଇଛି ।

ପ୍ରିୟଙ୍କା ନିକଟରେ ଏକ ଫଟୋ ଇନଷ୍ଟାଗ୍ରାମରେ ଛାଡିଥିଲେ, ଭେଙ୍କେଟେଶ ଏହାକୁ ପ୍ରଶଂସା କରିବା ସହ କ୍ୟୁଟ ବୋଲି ଲେଖିଥିଲେ । ପ୍ରିୟଙ୍କା ମଧ୍ୟ ମଜାରେ ହୁ ? ୟୁ ? ଲେଖିଥିଲେ । ଏହା ପରେ ଉଭୟଙ୍କ ମଧ୍ୟରେ କିଛି ଅଛି ଚାଲୁଥିବା ପ୍ରଶଂସକମାନେ ଅନୁମାନ କରିଛନ୍ତି । ତେବେ ଏ ନେଇ ଭେଙ୍କେଟେଶ କିମ୍ବା ପ୍ରିୟଙ୍କା କିଛି କହି ନାହାନ୍ତି ।

Leave A Reply

Your email address will not be published.