Latest Odisha News

ଶୀତ ଦିନେ ଏପରି ନିଅନ୍ତୁ ତ୍ଵଚାର ଯତ୍ନ…

ଭୁବନେଶ୍ଵର: ଚର୍ମ ପାଇଁ ଶୀତ ଋତୁ ଅତ୍ୟନ୍ତ କଷ୍ଟକର ହୋଇଥାଏ । ଏହି ଋତୁରେ, ସ୍କିନ୍ ବହୁତ ଡ୍ରାଏ ହୋଇଯାଏ। ଯେଉଁମାନଙ୍କ ସ୍କିନ୍ ଡ୍ରାଏ ସେମାନଙ୍କ ପାଇଁ ଏହା ଅଧିକ ସମସ୍ୟା ହୋଇଯାଏ । ଏହିପରି ଲୋକଙ୍କୁ ୨୪ ଘଣ୍ଟା ମୁହଁକୁ ମଏଶ୍ଚରାଇଜ୍ କରି ରଖିବାକୁ ପଡେ। ଯଦି ଗାଧୋଇବା ପରେ ଆପଣ ତୁରନ୍ତ ମୁହଁରେ କୌଣସି କ୍ରିମ୍ ନ ଲଗାନ୍ତି, ତେବେ ପ୍ୟାଚେଜ୍ ପଡିଯାଏ। ତେବେ ଚାଲନ୍ତୁ ଜାଣିବା କିଛି ଏପରି ଟିପ୍ସ ବିଷୟରେ, ଯାହାକୁ ପ୍ରୟୋଗ କଲେ ଆପଣ ଚର୍ମର ସୌନ୍ଦର୍ଯ୍ୟ ଶୀତ ଦିନେ ମଧ୍ୟ ବଜାୟ ରହିବ।

  • ଅତ୍ୟଧିକ ଗରମ ପାଣିରେ ସ୍ନାନ କରନ୍ତୁ ନାହିଁ । ଏହା ଚେହେରାକୁ ଅଧିକ ଦୁର୍ବଳ କରିଦିଏ । ଏହାଦ୍ୱାରା, ଚେହେରାର ପ୍ରାକୃତିକ କୋମଳତା ଦୂରେଇଯାଏ। ତେଣୁ, ଆବଶ୍ୟକ ଅନୁଯାୟୀ ଗରମ ପାଣି ବ୍ୟବହାର କରନ୍ତୁ।
  • ଗାଧୋଇବା ପରେ ମୁହଁକୁ ଟାୱେଲରେ ଘଷି ପୋଛନ୍ତୁ ନାହିଁ । ଏହା ଆପଣଙ୍କ ଚେହେରାର ମଏଶ୍ଚରାଇଜଡ୍ ପରିମାଣକୁ ହ୍ରାସ କରିଥାଏ । ସବୁବେଳେ ହାଲୁକା ହାତରେ ମୁହଁକୁ ଡ୍ୟାପ୍ ଡ୍ୟାପ୍ କରି ପୋଛନ୍ତୁ। ଏହା ଦ୍ୱାରା ଚର୍ମ ଶୁଷ୍କ ହୋଇନଥାଏ ।
  • ଥଣ୍ଡା ପାଗରେ ମୃଦୁ କ୍ଲିନ୍ଜର୍ ବ୍ୟବହାର କରନ୍ତୁ। ଯାହାଦ୍ୱାରା ଚେହେରାର ଉଭୟ ଚମକ ଏବଂ ଆର୍ଦ୍ରତା ରହିଥାଏ । ଶୀତଦିନେ ଆପଣଙ୍କ ଚର୍ମ ତେଲିଆ ହୋଇଥିଲେ ମଧ୍ୟ ମଏଶ୍ଚରାଇଜର ବ୍ୟବହାର କରନ୍ତୁ।
  • ଥଣ୍ଡା ପାଗରେ ଆପଣ ଆଲୋ ଭେରା ଜେଲ୍ ବ୍ୟବହାର କରିବା ଜରୁରୀ । ଏହି ନାଚୁରାଲ୍ ପ୍ରଡକ୍ଟ ଆପଣଙ୍କ ଚର୍ମରେ ଆର୍ଦ୍ରତା ବଜାୟ ରଖିବା ସହିତ ଦାଗ ମୁକ୍ତି କରିବ।
  • ଶୀତ ଋତୁରେ ଓଠ ଡ୍ରାଏ ହେବାର ସମସ୍ୟା ମଧ୍ୟ ରହିଥାଏ । ତେଣୁ ଏଥିପାଇଁ ଆପଣଙ୍କୁ ମଏଶ୍ଚରାଇଜ ମଧ୍ୟ କରିବା ଆବଶ୍ୟକ । ସର୍ବଦା ଲିପ୍ ବାମ୍ ପାଖରେ ରଖନ୍ତୁ।

 

 

Comments are closed.