Latest Odisha News

BREAKING NEWS

ରଙ୍ଗ ସାଜିଲା ବାଧକ; ସବୁ ଯୋଗ୍ୟତା ଥାଇ ବି ଗୋରା ବୋଲି ମିଳିଲାନି ଚାକିରି

ନୂଆଦିଲ୍ଲୀ: ଯୁଗ ଆଗକୁ ବଢିଛି । ମଣିଷ ଚନ୍ଦ୍ରରେ ଜାଗା କିଣିଲାଣି । ଅନ୍ୟଗ୍ରହରେ ବସତି ସନ୍ଧାନ କଲାଣି । ହେଲେ ଅନ୍ଧବିଶ୍ୱାସରୁ ମୁକୁଳି ପାରୁନି ମଣିଷ । ସେଦିନର କଳାଗୋରା ଭେଦଭାବ ଏବେ ବି ମନରୁ ଲିଭିନି  ଯାହାର ଏକ ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି ବେଙ୍ଗାଲୁରୁରେ  ।

ପ୍ରତୀକ୍ଷା ଜିଚକର ନାମକ ବେଙ୍ଗାଲୁରର ଜଣେ ମହିଳା ନିଜର ଅନୁଭୂତିକୁ  ସୋସିଆଲ  ମିଡିଆରେ ସେୟାର କହିଛନ୍ତି ସେ  ଏକ କମ୍ପାନୀକୁ ଇଣ୍ଟରଭ୍ୟୁ ପାଇଁ ଯାଇଥିବାବେଳେ ଶେଷ  ପର୍ଯ୍ୟାୟରେ  ତାଙ୍କୁ ବାହାର କରିଦିଆ ଯାଇଛି  ।

ମହିଳାଙ୍କୁ କାହିଁକି ଶେଷ ପର୍ଯ୍ୟାୟରେ ବାହାର କରାଗଲା ତାହାର କାରଣ  ଶୁଣିଲେ ଆପଣ ବି ଚକିତ ହୋଇଯିବେ । ମହିଳା ଜଣକ କହିଛନ୍ତି,  ଆଉ କିଛି କାରଣ ପାଇଁ ନୁହେଁ ତାଙ୍କର ବର୍ଣ୍ଣ ଅଧିକ ଗୋରା ହୋଇଥିବାରୁ ତାଙ୍କର ଆବେଦନକୁ ଖାରଜ କରିଦିଆ ଯାଇଛି  ।

ମିଡିଆ ରିପୋର୍ଟ ଅନୁସାରେ, ତୃତୀୟ ପର୍ଯ୍ୟାୟ ଇଣ୍ଟରଭ୍ୟୁ ଏବଂ  ଏକ ଆସାଇନେମଣ୍ଟ ପରେ  ତାଙ୍କ ଆବେଦନକୁ ଖାରଜ କରିଦିଆ ଯାଇଛି  । ଇଣ୍ଟରଭ୍ୟୁର ଅନ୍ତିମ ପର୍ଯ୍ୟାୟରେ  ତାଙ୍କ ଗୋରା ବର୍ଣ୍ଣ କମ୍ପାନୀ ଟିମ୍ ମେମ୍ବରଙ୍କ ପାଇଁ ପ୍ରତିବନ୍ଧକ ସାଜିଥିଲା  ।

ମହିଳା ଜଣକ  କମ୍ପାନୀର ନାଁକୁ ଗୋପନ ରଖି କହିଛନ୍ତି ସେ ଇଣ୍ଟରଭ୍ୟୁ ଦେଇ ସାରିବା ପରେ ଉକ୍ତ କମ୍ପାନୀ ପକ୍ଷରୁ ଏକ ମେଲ ଆସିଥିଲା । ଏଥିରେ ଉଲ୍ଲେଖ ଥିଲା,  ‘ଆମ କମ୍ପାନୀ ପାଇଁ  ଇଣ୍ଟରଭ୍ୟୁ  ଦେବା, ଧୈର୍ଯ୍ୟର ସହ ପୂରା ପ୍ରକ୍ରିୟା ଶେଷ କରିବା ପାଇଁ ଆପଣଙ୍କୁ ଧନ୍ୟବାଦ । ଦୁର୍ଭାଗ୍ୟ ଯେ,  ଏଥର ଏହି ଭୂମିକା ପାଇଁ ଆମେ ଆପଣଙ୍କ ସହ ଆଗକୁ ଯାଇ ପାରୁନୁ ।  ଆପଣଙ୍କ ପ୍ରୋଫାଇଲ ପ୍ରାସଙ୍ଗିକ ଥିଲା । ଆମେ ଯାହା ସବୁ  ଯୋଗ୍ୟତା ଖୋଜୁଥିଲୁ ଆମେ ଆପଣଙ୍କ ପାଖରେ ପାଇଥିଲୁ । ହେଲେ ଆମେ ସମସ୍ତଙ୍କ ପାଇଁ ସମାନ ସୁଯୋଗ ଦେବାରେ ବିଶ୍ୱାସ କରୁ । ଆପଣଙ୍କ ତ୍ୱଚାର ରଙ୍ଗ ବର୍ତ୍ତମାନ ଟିମ ପାଇଁ ଅଧିକ ଗୋରା  ରହିଛି ।  ଆମେ ଆମ ଟିମ ଭିତରେ ମତଭେଦ ଚାହୁଁନୁ । ତେଣୁ ଆପଣଙ୍କୁ ପ୍ରସ୍ତାବ ନ ଦେବା ପାଇଁ ନିଷ୍ପତ୍ତି ନେଇଛୁ । ଭବିଷ୍ୟତ ଚେଷ୍ଟା ପାଇଁ ଆପଣଙ୍କୁ ଅନେକ ଶୁଭକାମନା ।’

ମହିଳାଜଣକ ଲେଖିଛନ୍ତି, ଏହା ଏକ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା । ଆମେ ଏଥିରେ କେବଳ ସ୍ତବ୍ଧ ନୁହେଁ, ବାସ୍ତବରେ ଏହା ମୋତେ ବହୁତ ଖରାପ ଲାଗିଲା । ଆମେ କେଉଁ ପ୍ରକାର ଦୁନିଆକୁ ଯାଉଛି ?’

Leave A Reply

Your email address will not be published.