Latest Odisha News

BREAKING NEWS

ଶୌଚ ସମୟରେ ବଜ୍ରାଘାତ, ଟଳିପଡିଲେ ମହିଳା

ଗୁଣୁପୁର: ଅକାଳରେ ଚାଲିଗଲା ନୀରିହ ଜୀବନ । ବଜ୍ରାଘାତରେ ରାମନାଗୁଡା ବ୍ଲକ ରାମଗିରି ଗାଁରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି । ଆଜି ମଧ୍ୟାହ୍ନରେ ପ୍ରବଳ ବର୍ଷା ସହ ଘଡଘଡି ମଧ୍ୟରେ ଜଣେ ମହିଳାଙ୍କ ଉପରେ ତୀବ୍ର ମାତ୍ରାରେ ବଜ୍ରାଘାତ ହୋଇଥିଲା ।

ମୃତ ମହିଳାଙ୍କ ପରିଚୟ ୨୭ ବର୍ଷୀୟା ସୁନିଳା ବିଡିକା ବୋଲି ଜଣାପଡିଛି । ଆଜି ଦିନ ପ୍ରାୟ ୧.୩୦ ମିନିଟ୍ ସମୟରେ ସୁନିଳା ଘର ପଛପଟକୁ ଶୌଚ ହେବାକୁ ଯାଇଥିଲେ । ସେହି ସମୟରେ ତାଙ୍କ ଉପରେ ବଜ୍ରାଘାତ ହୋଇଥିଲା । ଘଟଣାସ୍ଥଳରେ ସୁନିଳା ଟଳିପଡିଥିଲେ ହେଁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ରାମନାଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ଅନ୍ୟପଟେ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ତଦନ୍ତ ଚଳାଇଥିବା ସୂଚନା ରହିଛି ।

Leave A Reply

Your email address will not be published.