Latest Odisha News

ଚଳିତ ବର୍ଷ ଯୁକ୍ତ ଦୁଇରେ କମିବ ୩୦ ପ୍ରତିଶତ ସିଲାବସ

ଭୁବନେଶ୍ବର : ମହାମାରୀ ସମୟରେ ପରୀକ୍ଷା ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ନେଇ ସିଲାବସ ଏକାଡେମିକ କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ । ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଯୁକ୍ତ ଦୁଇରେ ହ୍ରାସ ହେବ ସିଲାବସ । ଏ ବର୍ଷ ୩୦ ପ୍ରତିଶତ ସିଲାବସ ହ୍ରାସ କରିବାକୁ ନିଷ୍ପତ୍ତି ହୋଇଛି ।

BjdElectrycity

ନିଷ୍ପତ୍ତି ଅନୁସାରେ ମହାମାରୀ କରୋନା ଭଳି ସ୍ଥିତି ବଳବତ୍ତର ରହିଲେ ମୂଲ୍ୟାୟନ ପାଇଁ ବ୍ୟବସ୍ଥା କରାଯିବ । ପ୍ରଥମ ବର୍ଷ ଓ ଦ୍ୱିତୀୟ ବର୍ଷରେ ହେବ ଟର୍ମିନାଲ ପରୀକ୍ଷା। ପ୍ରଥମ ବର୍ଷରେ ୩ଟି ଓ ଦ୍ୱିତୀୟ ବର୍ଷରେ ୩ଟି ଇଣ୍ଟରନାଲ ପରୀକ୍ଷା ହେବ। ପ୍ରତି କ୍ବାର୍ଟରରେ ୩୦ ନମ୍ବର ବିଶିଷ୍ଟ ଇଣ୍ଟରନାଲ ପରୀକ୍ଷା ହେବ । ୩୦ ନମ୍ବରରୁ ୨୦ ନମ୍ବର ଥିଓରୀ ଓ ୧୦ ନମ୍ବର ପ୍ରାକ୍ଟକାଲ୍‌ ହେବ । ସମସ୍ତ ଟର୍ମିନାଲ ପରୀକ୍ଷା ସଂପୃକ୍ତ କଲେଜ ପରିଚାଳନା କରିବ । ପ୍ରଥମ ବର୍ଷ ଶେଷରେ ଓ ୨ୟ ବର୍ଷ ଶେଷରେ ବାର୍ଷିକ ପରୀକ୍ଷା ହେବ । ସେହିପରି ଦ୍ବିତୀୟ କ୍ବାର୍ଟର ଇଣ୍ଟରନାଲରେ ପଡିଥିବା ପ୍ରଶ୍ନ ତୃତୀୟ ଇଣ୍ଟରନାଲରେ ପଡିବନି । ପିଲାଙ୍କ ବୋଝ କମାଇବା ପାଇଁ ଏଭଳି ବ୍ୟବସ୍ଥା କରାଯାଇଛି ।

Leave A Reply

Your email address will not be published.