Latest Odisha News

BREAKING NEWS

ମଗାଇଥିଲ ଭେଜ୍ ମିଳିଲା ନନ-ଭେଜ୍ ପିଜା, ୧ କୋଟି ଟଙ୍କା କ୍ଷତିପୂରଣ ଦାବି

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଗାଜିଆବାଦରେ ରହୁଥିବା ଜଣେ ଶାକାହାରୀ ମହିଳାଙ୍କୁ ନନ-ଭେଜ୍ ପିଜା ଡେଲିଭରୀ ହୋଇଛି । ଯାହାକୁ ନେଇ ମହିଳା ଜଣଙ୍କ ରେସ୍ତୋରାଁ ବିରୋଧରେ ଖାଉଟି ଅଦଲାତର ଦ୍ୱାରସ୍ତ ହେବା ସହ ୧ କୋଟି ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି । ନନ୍-ଭେଜ୍ ପିଜା ଯୋଗୁଁ ଧାର୍ମିକ ବିଶ୍ୱାସ ଭାଙ୍ଗିଥିବା ସହ ସେ ମାନସିକ ପୀଡ଼ା ପାଇଥିବା ନେଇ ଅଭିଯୋଗ କରିଛନ୍ତି ।

ସୂଚନା ଅନୁସାରେ, ଗାଜିଆବାଦରେ ରହୁଥିବା ଦୀପାଳି ତ୍ୟାଗି ନାମକ ମହିଳା ଏକ ପିଟିସନ୍ ଦାଖଲ କରିଛନ୍ତି । ଯେଉଁଥିରେ ଧର୍ମୀୟ ଭାବନା ଦୃଷ୍ଟିରୁ ସେ ସମ୍ପୂର୍ଣ୍ଣ ନିରାମିଷାଷୀ ବୋଲି ଉଲ୍ଲେଖ କରିଛନ୍ତି । ପରିବାରର ପରମ୍ପରା ମଧ୍ୟ ଶାକାହାରୀ । ତେବେ, ଆମିଷ ପିଜା ତାଙ୍କ ଧର୍ମୀୟ ଭାବନାକୁ ଆଘାତ ଦେଇଥିବା ସେ ଅଭିଯୋଗ କରିଛନ୍ତି ।

୨୦୧୯ ମାର୍ଚ୍ଚ ୧ ତାରିଖରେ ଦିପାଳୀ ଗାଜିଆବାଦର ଏକ ରେସ୍ତୋରାଁରୁ ଭେଜ୍ ପିଜା ଅର୍ଡର କରିଥିଲେ । ସେଦିନ ତାଙ୍କ ପରିବାର ପାଇଁ ଧାର୍ମିକ ଦିନ ଥିଲା । ପିଜା ଧାର୍ଯ୍ୟ ସମୟର କିଛି ବିଳମ୍ବରେ ପହଞ୍ଚିଥିଲା । ପିଜା ପ୍ୟାକେଜିଂକୁ ନ ଦେଖି ବିଳମ୍ବ ହୋଇଥିବାରୁ ପରିବାରର ସଦସ୍ୟ ଖାଇଥିଲେ । ଗୋଟିଏ ଥରେ ଖାଇବା ପରେ ଜାଣିବାକୁ ପାଇଥିଲେ ପିଜାରେ ମାଂସ ପଡ଼ିଛି ।

ପିଜାରେ ଛତୁ ବଦଳରେ ମାଂସ ପଡ଼ିଥିବା ଜାଣିବା ପରେ ଦିପାଳୀ ସଙ୍ଗ ସଙ୍ଗେ ଏନେଇ ଅଭିଯୋଗ କରିଥିଲେ । ଜଣେ ନିରାମିଷାଷୀଙ୍କ ଘରେ କିଭଳି ଆମିଷ ପିଜା ଦେଲେ ସେନେଇ ଅଭିଯୋଗ ହୋଇଥିଲା । ଅଭିଯୋଗର କିଛିଦିନ ପରେ ପିଜା ଆଉଟଲେଟର ମ୍ୟାନେଜର୍ ଦିପାଳୀଙ୍କୁ କଲ୍ କରିଥିଲେ । କହିଥିଲେ ପରିବାରର ସମସ୍ତ ସଦସ୍ୟଙ୍କ ଲାଗି ସେ ମାଗଣାରେ ପିଜା ଦେବେ ।

ତେବେ, ଶାକାହାରୀ ପରିବାରକୁ ଆମିଷ ପିଜା ଦେବା ଏକ ଛୋଟ ଅପରାଧ ନୁହେଁ ବୋଲି କହିଥିଲେ ଦିପାଳୀ । ଏଭଳି ହେବା ଦ୍ୱାରା ଧାର୍ମିକ ଭାବନା କୁଠାରଘାତ ହେବା ସହ ପରିବାର ମାନସିକ ପୀଡ଼ା ପାଇଛି । ଏନେଇ ଦୀପାଳୀ ଖାଉଟି ଅଦାଲତର ଦ୍ୱାରସ୍ତ ହୋଇଥିବା ବେଳେ ୧ କୋଟି ଟଙ୍କା କ୍ଷତିପୂରଣ ବାବଦକୁ ଦାବି କରିଛନ୍ତି ।

Leave A Reply

Your email address will not be published.