Latest Odisha News

BREAKING NEWS

ଦେଶରେ ପୁଣି ବଢ଼ୁଛି କରୋନା ସଂକ୍ରମଣ, ୨୪ ଘଣ୍ଟାର ୨୫ ହଜାରରୁ ଅଧିକ ପଜିଟିଭ୍

ନୂଆଦିଲ୍ଲୀ: ପ୍ରାୟ ଅଢ଼େଇ ମାସ ପରେ ପୁଣି ଉପର ମୁହାଁ ହେଉଛି କରୋନା ସଂକ୍ରମଣ । ଗତ ଡିସେମ୍ବର ଶେଷ ସପ୍ତାହରେ ଦେଶରେ କରୋନା ସଂକ୍ରମଣ ହ୍ରାସ୍ ପାଇଥିବା ବେଳେ ଏବେ ପୁଣି ବଢ଼ିବାରେ ଲାଗିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୫ ହଜାର ୩୨୦ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୧୬୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୬ ହଜାର ୬୩୭ ଜଣ ସୁସ୍ଥ ହୋଇଛନ୍ତି ।

ଏଥିସହ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୧୩ ଲକ୍ଷ ୫୯ ହଜାର ୪୮ ହଜାରକୁ ବୃଦ୍ଧି ପାଇଛି । ସେହିଭଳି ସୁସ୍ଥଙ୍କ ସଂଖ୍ୟା ୧ କୋଟି ୯ ଲକ୍ଷ ୮୯ ହଜାର ୮୯୭ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୮ ହଜାର ୬୦୭ରେ ପହଞ୍ଚିଛି । ଏବେ ଦେଶରେ ୨ ଲକ୍ଷ ୧୦ ହଜାର ୫୪୪ ଜଣ ସକ୍ରିୟ କରୋନା ସଂକ୍ରମିତ ଅଛନ୍ତି ।

ଚିନ୍ତା ବଢ଼ାଉଛି ମହାରାଷ୍ଟ୍ର, କେରଳ

ଦେଶର ସବୁ ରାଜ୍ୟଠୁ ଅଧିକ କରୋନା ସଂକ୍ରମିତ ମହାରାଷ୍ଟ୍ର ଓ କେରଳରେ ଚିହ୍ନଟ ହେଉଛନ୍ତି । ବିଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ୧୫ ହଜାର ୬୦୨ଟି ସଂକ୍ରମଣ ମାମଲା ଆସିଛି । ଅନ୍ୟପଟେ କରୋନ ଟିକାକରଣ ଜାରି ରହିଛି । ଏବେ ଯାଏ ଦେଶବ୍ୟାପୀ ୨ କୋଟି ୯୭ ଲକ୍ଷ ୩୮ ହଜାର ୪୦୯ ଜଣଙ୍କୁ କରୋନା ଟିକା ଦିଆଯାଇଛି ।

ତେବେ, ସଂକ୍ରମଣ ମାମଲା ବଢ଼ୁଥିବା ବେଳେ କେତେକ ରାଜ୍ୟର କରୋନାରେ କାହାରି ବି ମୃତ୍ୟୁ ହୋଇନାହିଁ । ଯାହାକି ଆଶ୍ୱସ୍ତି ଆଣିଛି । ତେବେ, ସଂକ୍ରମଣ ଭଳି ମୃତ୍ୟୁ ମାମଲାରେ ସବୁଠୁ ଆଗରେ ମହାରାଷ୍ଟ୍ର ରହିଛି । କରୋନା ସଂକ୍ରମଣ ମାମଲାରେ ବିଶ୍ୱରେ ଭାରତ ତୃତୀୟ ସର୍ବାଧିକ ଦେଶ ଭାବେ ଉଭା ହୋଇଛି ।

Leave A Reply

Your email address will not be published.