Latest Odisha News

BREAKING NEWS

ମହିଳା ଦିବସରେ ମହିଳା କ୍ୟାଡର ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି: ମହିଳା ଦିବସରେ ଅସ୍ତ୍ରଶସ୍ତ୍ର ଛାଡି ମୁଖ୍ୟସ୍ରୋତରେ ସାମିଲ ହେବାକୁ ମହିଳା କ୍ୟାଡର ମାଓବାଦୀ ପ୍ରୟାସ କରିଛନ୍ତି । ମାଲକାନଗିରିରେ ଜଣେ ମହିଳା କ୍ୟାଡର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ମାଲକାନଗିରି ଏସପିଙ୍କ ପାଖରେ ମହିଳା ମାଓବାଦୀ ଦେବେ ସୋଢ଼ି ଆତ୍ମସମର୍ପଣ କରିଛନ୍ତି । ସୋଢ଼ିଙ୍କ ନାଁରେ ୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା । ସେ ୨୦୧୨ ମସିହାରୁ ଦରଭା ମାଓ ଡିଭିଜନରେ ସକ୍ରିୟ ଥିଲେ । ତେବେ ଦେବେ ସୋଢ଼ିଙ୍କ ସମେତ ୧୫ ଜଣ ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ ମାଲକାନଗିରି ଏସପି ସମ୍ମାନିତ କରିଛନ୍ତି ।

Leave A Reply

Your email address will not be published.