ଆଠଗଡ଼: ଶୌଚ ହେବାକୁ ଯାଇଥିବା ବେଳେ ମା’,ପୁଅଙ୍କୁ ଦଳି ଦେଲା ହାତୀ । ମୃତକ ହେଳେ ନରସିଂହପୁର ବ୍ଲକ ଅନ୍ତର୍ଗତ ଦେବଭୂଇଁ ନୂଆଗାଁ ଗ୍ରାମର ସସ୍ମିତା ନାଏକ ଏବଂ ତାଙ୍କ ପୁଅ ପ୍ରିୟାଂଶୁ ନାଏକ । ନରସିଂହପୁର ବ୍ଲକ ଦେବଭୂଇଁ ନୂଆଗାଁ ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି ।
ସୂଚନା ଅନୁସାରେ, ବୁଧବାର ଘର ପଛପଟକୁ ଶୌଚ ପାଇଁ ଯାଇଥିବା ବେଳେ ହାତୀ ଆକ୍ରମଣ କରିଥିଲା । ହାତୀ ଆକ୍ରମଣରେ ଉଭୟ ଗୁରୁତର ହୋଇଥିଲେ। ଉଭୟଙ୍କୁ ଉଦ୍ଧାର କରି ହିନ୍ଦୋଳ ମେଡିକାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କ ମୃତ୍ୟୁ ଘଟିଛି।