Latest Odisha News

ଚୋବାଇ ଚୋବାଇ ସାବୁନ ଖାଉଛନ୍ତି ମହିଳା, କାରଣ କ’ଣ ଜାଣନ୍ତୁ

କୋଲକତା: ଆଜିକାଲି ସୋସିଆଲ ମିଡ଼ିଆରେ ଅଜବ ଅଜବ ଭିଡ଼ିଓସବୁ ଦେଖିବାକୁ ମିଳୁଛି । ଯାହାକୁ ଦେଖିଲେ ବି ଆମକୁ ବିଶ୍ୱାସ କରିବା କଷ୍ଟକର ହୋଇପଡ଼େ । ଏବେ ଠିକ୍ ସେମିତି ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଜଣେ ଯୁବତୀ ସାବୁନକୁ ଖୁବ୍ ଆଗ୍ରହ ସହକାରେ ଚୋବାଇ ଚୋବାଇ ଖାଉଛନ୍ତି ।

ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ଜଣେ ଯୁବତୀ ଏକ ସାବୁନ୍ ଆଣି ମୋତେ ସାବୁନ ପସନ୍ଦ ବୋଲି କହୁଛନ୍ତି । ପରେ ସାବୁନକୁ ଦୁଇଖଣ୍ଡ କରି କାଟୁଛନ୍ତି । ପରେ ଏହାକୁ ବେଶ୍ ଆଗ୍ରହର ସହ ଚୋବେଇ ଖାଉଛନ୍ତି । ଏହି ଭାଇରାଲ ଭିଡିଓ ଦେଖିବା ପରେ ଲୋକେ ଆଶ୍ଚର୍ଯ୍ୟ ହେବା ସହ ଭିନ୍ନ ଭିନ୍ନ ମତ ଦେଇଛନ୍ତି । ଅନେକ ଖାଇବା ଜିନିଷ କ’ଣ କମ୍ ଅଛି ଯେ ତୁମେ ସାବୁନ ଖାଉଛ ବୋଲି କହିଛନ୍ତି ।

କୋଲକତାର ବାସିନ୍ଦା ସୂଚି ଦତ୍ତା । ସେ ଜଣେ ପ୍ରତିଭାଶାଳୀ ବ୍ୟାଙ୍କର ହୋଇଥିବା ବେଳେ ବାସ୍ତବତାକୁ ନେଇ କେକ୍ ପ୍ରସ୍ତୁତ କରିଥାନ୍ତି । ସେ ପ୍ରସ୍ତୁତ କରିଥିବା ନୂତନ କେକ୍‌କୁ ରିଲ୍ସ କରି ସେୟାର କରିଥାନ୍ତି । ଭାଇରାଲ ଭିଡିଓଟି ସେଥିରୁ ଗୋଟିଏ । ପରେ ସାବୁନ ଖାଇବାର ସତ ସାମ୍ନାକୁ ଆସିଛି, ଯାହାକୁ ଜାଣିବା ପରେ ମଧ୍ୟ ଲୋକେ ଆହୁରୀ ଚକିତ ହୋଇଛନ୍ତି । ସୂଚି ଖାଉଥିବା ଜିନିଷଟି ସାବୁନ ନୁହେଁ ବରଂ ସାବୁନ ଭଳି ଦେଖାଯାଉଥିବା କେକ୍ ବୋଲି ସ୍ପଷ୍ଟ ହୋଇଛି । ସୂଚି ନିଜର କେକ୍‌କୁ ସେୟାର କରିଥିଲେ ହେଁ କ୍ୟାପଶନରେ ସାବୁନ ଖାଇବାକୁ ଭଲଲାଗେ ବୋଲି ଲେଖିଥିଲେ । ଯାହାକୁ ଦେଖି ଯେକେହି ଦ୍ୱନ୍ଦ୍ୱରେ ପଡ଼ିଥିଲେ । ଏପରିକି କିଛି ନଭାବି କମେଣ୍ଟ କରିବାକୁ ଲାଗିଥିଲେ । ପୂୂରା ଭିଡିଓ ଦେଖିବା ପରେ ସତ ସାମ୍ନାକୁ ଆସିଥିଲା ।

Leave A Reply

Your email address will not be published.