Latest Odisha News

ପ୍ରଥମଥର ସିଆରପିଏଫ୍ କୋବ୍ରା ୟୁନିଟରେ ସାମିଲ ହେଲେ ମହିଳା କମାଣ୍ଡୋ

ନୂଆଦିଲ୍ଲୀ: ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ ସିଆରପିଏଫର ନକ୍ସଲ ବିରୋଧୀ ଜଙ୍ଗଲ ୱାରଫେୟରରେ ନିପୁଣ ସ୍ପେଶାଲ କୋବ୍ରା କମାଣ୍ଡୋ ୟୁନିଟରେ ପ୍ରଥମଥର ପାଇଁ ମହିଳା କମାଣ୍ଡୋ ସାମିଲ ହୋଇଛନ୍ତି । ଏମାନଙ୍କୁ ପ୍ରଶିକ୍ଷଣ ଦେଇ ନକ୍ସଲ ଦ୍ୱାରା ପ୍ରଭାବିତ ଅଞ୍ଚଳକୁ ପଠାଯିବ । ଆଜି ସିଆରପିଏଫ୍ ପ୍ରଥମଥର ନିଜର ମହିଳା ମିଲିଟାରୀ ବ୍ରାସ୍ ବ୍ୟାଣ୍ଡ ପ୍ରସ୍ତୁତ କରିଛି । 

BjdElectrycity

ସିଆରପିଏଫ ଅନୁସାରେ, ୮୮ତମ ଅଲ ୱିମେନ୍ ବାଟାଲିୟନ୍ ରାଇଜିଙ୍ଗ୍ ଡେ ଅବସରରେ ଏହି ମହିଳା କମାଣ୍ଡୋଙ୍କୁ ମହିଳା ବ୍ରାସ୍ ବ୍ୟାଣ୍ଡ ସହ ପରିଚୟ କରାଇବା ସହ ସାମିଲ କରାଯାଇଛି । ଏମାନେ ସିଆରପିଏଫର ମହିଳା ବ୍ରାସ୍ ବ୍ୟାଣ୍ଡର ପ୍ରଥମ ଫୋର୍ସ । ମହିଳା ବ୍ରାସ୍ ବ୍ୟାଣ୍ଡ ଗଠନ ସହ ବାଦ୍ୟଯନ୍ତ୍ର ଦକ୍ଷତା ପାଇଁ ପ୍ରଶିକ୍ଷଣ ଦିଆଯିବ ।

ଗୁରୁଃଗ୍ରାମ ସ୍ଥିତ କଦାରପୁର ସେଣ୍ଟରରେ ହୋଇଥିବା ସମାରୋହରେ ମୋଟ ୩୪ ମହିଳା କମାଣ୍ଡୋଙ୍କ ଏକ ପ୍ଲାଟୁନ କୋବ୍ରା ୟୁନିଟରେ ସାମିଲ ହୋଇଛନ୍ତି । ଏମାନଙ୍କୁ ୩ ମାସ କୋବ୍ରା ପ୍ରି-ଇଣ୍ଡକ୍ସନ୍ ଟ୍ରେନିଂ ଦିଆଯିବ । ଏମାନଙ୍କୁ ପ୍ରଶିକ୍ଷଣ ଫାଇରିଙ୍ଗ ଓ ବିଶେଷ ଅସ୍ତ୍ର, ସାମରିକ ଯୋଜନା, ଫିଲ୍ଡକ୍ରାଫ୍ଟ, ବିସ୍ଫୋରକ, ଓ ଜଙ୍ଗଲରେ ବଞ୍ଚିବାର କୌଶଳର ଆଗାମୀ ଲେଭଲର ଟ୍ରେନିଂ ଦିଆଯିବ ଯାହା ଏମାନଙ୍କ ଶାରୀରିକ କ୍ଷମତା ଓ ସାମରିକ କୌଶଳକୁ ସୁଦୃଢ କରିବ । ଟ୍ରେନିଂ ପୁରା ହେବାପରେ ଏହି ମହିଳା ଯୋଦ୍ଧାଙ୍କ ବ୍ୟାଚକୁ ସେମାନଙ୍କ କାଉଣ୍ଟରପାର୍ଟ ପୁରୁଷଙ୍କ ସହ ଏଲଡ଼ବ୍ଯୁଇ ଅଞ୍ଚଳରେ ନିୟୋଜିତ କରାଯିବ ।

Leave A Reply

Your email address will not be published.