Latest Odisha News

BREAKING NEWS

କମେଡିଆନ ତଥା ଆପ ନେତା ଖୟାଲୀଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ

ଜୟପୁର: ଲୋକପ୍ରିୟ କମେଡିଆନ ତଥା ଆମ ଆଦମୀ ପାର୍ଟିର ନେତା ଖୟାଲୀଙ୍କ ନାମରେ ଜଣେ ମହିଳା ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି । ମହିଳା ଏବଂ ତାଙ୍କର ଜଣେ ସାଙ୍ଗଙ୍କୁ କାମ ଦେବା ବାହାନାରେ ହୋଟେଲକୁ ଡକାଇଥିଲେ । ସେମାନେ ସେଠାରେ ପଂହଚିବା ପରେ ଖୟାଲୀ ଅସଭ୍ୟ ଆଚରଣ ପ୍ରଦର୍ଶନ କରିଥିଲେ । ମହିଳାଙ୍କ ସାଥୀଜଣଙ୍କ ସେ ସ୍ଥାନ ଛାଡି ପଳାଇଥିଲେ । କମେଡିଆନଜଣକ ସମ୍ପୃକ୍ତ ମହିଳାଙ୍କ ସହ ଦୁଷ୍କର୍ମ କରିଥିଲେ । ଏହା ପରେ ଖୟାଲୀ ଓ ତାଙ୍କ ସାଙ୍ଗମାନେ ସେ ସ୍ଥାନ ଛାଡି ପଳାଇଥିଲେ ବୋଲି ମହିଳାଜଣଙ୍କ ଅଭିଯୋଗ କରିଛନ୍ତି ।

ଅପରପକ୍ଷରେ କମେଡିଆନ ତଥା ଆପ ନେତା ଖୟାଲୀ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଏହି ମହିଳାମାନେ ଉଦ୍ଦେଶ୍ୟମୂଳକ ଭାବେ ମୋତେ ବ୍ଲାକମେଲିଂ କରୁଛନ୍ତି ବୋଲି ସେ କହିଛନ୍ତି । ହୋଟେଲ ପକ୍ଷରୁ ପୋଲିସଙ୍କୁ ସିସିଟିଭି ଫୁଟେଜ ଓ ଡକ୍ୟୁମେଂଟ ପ୍ରଦାନ କରାଯାଇଛି ବୋଲି କୁହାଯାଇଛି । ତଦନ୍ତ ପରେ ପ୍ରକୃତ ଘଟଣା ସମ୍ମୁଖକୁ ଆସିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.