Latest Odisha News

BREAKING NEWS

ଶ୍ରୀମନ୍ଦିରରେ କାଠ ସବାରିରେ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ ଦିବ୍ୟାଙ୍ଗ ଭକ୍ତ

ପୁରୀ: ଶ୍ରୀମନ୍ଦିରରେ ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା । ଆଉ ହ୍ବିଲ ଚେୟାର ନୁହଁ ବରଂ କାଠ ସବାରିରେ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ ଦିବ୍ୟାଙ୍ଗ ଭକ୍ତ । ଏନେଇ ନିର୍ମାଣ ହେଲା କାଠ ଚେୟାର । ଏଥିପାଇଁ ପ୍ରଥମେ ଦିବ୍ୟାଙ୍ଗ ଭକ୍ତ ମାନଙ୍କୁ ଅନଲାଇନରେ ପଞ୍ଜିକରଣ କରିବାକୁ ପଡିବ । ଅନଲାଇନ୍ ପଞ୍ଜିକରଣ ପରେ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବନ୍ଦୋବସ୍ତ କରାଯିବ ।

ବାହକମାନଙ୍କ ସହାୟତାରେ କାଠ ଚେୟାରରେ ବସି ଦିବ୍ୟାଙ୍ଗ ଭକ୍ତ ମାନେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ । ଏଥିପାଇଁ ସ୍ୱତନ୍ତ୍ର ସ୍ୱେଚ୍ଛାସେବୀ ନିୟୋଜିତ ହେବେ । ତେବେ ପ୍ରଥମ ପର୍ଯ୍ୟାୟରେ ୨୦ ଟି କାଠ ଚେୟାର ନିର୍ମାଣ କରାଯାଇଥିବା କହିଛନ୍ତି ପରିଚାଳନା କମିଟି ସଦସ୍ୟ ।

ମହାପ୍ରଭୁଙ୍କ ଗୋପାଳବଲ୍ଲଭ ଠାରୁ ସକାଳ ଧୂପ ଶେଷ ମଧ୍ୟରେ ଦିବ୍ୟାଙ୍ଗ ଭକ୍ତମାନେ ଏହି ସ୍ବତନ୍ତ୍ର କାଠ ଚେୟାରରେ ଯାଇ ମହାପ୍ରଭୁଙ୍କ ଦର୍ଶନ କରିପାରିବେ । ପଞ୍ଜିକରଣ କରିଥିବା ସମସ୍ତ ଦିବ୍ୟାଙ୍ଗ ଭକ୍ତ ମାସରେ ଥରେ ମାତ୍ର ଦର୍ଶନ କରିପାରିବେ । ସେମାନଙ୍କୁ ପ୍ରଥମେ ହୁଇଲ୍ ଚେୟାରରେ ଉତ୍ତରଦୁଆର ନିକଟକୁ ନିଆଯିବା ପରେ ସେଠାରୁ ସ୍ୱତନ୍ତ୍ର କାଠ ଚୌକି ଯୋଗେ ବାହକ ମାନଙ୍କ ଦ୍ୱାରା ଘଣ୍ଟିଦ୍ୱାର ଦେଇ ଜୟବିଜୟ ଦ୍ୱାର ନିକଟରେ ଦର୍ଶନ କରିବା ବ୍ୟବସ୍ଥା କରାଯିବ ।

ଦିବ୍ୟାଙ୍ଗ ଭକ୍ତଙ୍କ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ପୁରୀ ବିଧାୟକ, ସେବାୟତ ଓ ଦିବ୍ୟାଙ୍ଗ ଭକ୍ତ ବାରମ୍ବାର ଦାବି ପରେ ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଗ୍ରହଣ କରାଯାଉଛି ।

Leave A Reply

Your email address will not be published.