Latest Odisha News

BREAKING NEWS

ମହିଳାଙ୍କୁ ଅପହରଣକାରୀ କବଳରୁ ବଂଚାଇ ଦେଲା ଭିଡିଓ ଗେମ

ୱାଶିଂଟନ: ବିଶ୍ୱାସ ନ ହେଲେ ବି ସତ । ଆମେରିକାରେ ଭିଡିଓ ଗେମ ଖେଳିବା ଜଣେ ୮୦ ବର୍ଷୀୟା ମହିଳାଙ୍କୁ ଅପହରଣକାରୀ କବଳରୁ ବଂଚାଇ ଦେଇଛି । ଘଟଣାଟି ଏହିପରି..ମେରିଡେଥ ହୋଲ୍ଡ ନାମକ ଜନୈକ ମହିଳା ଏବଂ ତାଙ୍କ ମାଆ ଡେନିସ ହୋଲ୍ଟ ପ୍ରାୟତଃ ଲୋକପ୍ରିୟ ଭିଡିଓ ଗେମ ୱର୍ଡଲେ ଖେଳିଥାନ୍ତି ଏବଂ ରେଜଲ୍ଟ ପରସ୍ପର ଶେୟାର କରନ୍ତି । ଘଟଣା ଦିନ ଡେନିସ ଏହା ଶେୟାର ନ କରିବାରୁ ମେରିଡେଥଙ୍କ ମନରେ ସନ୍ଦେହ ସୃଷ୍ଟି ହେଲା । ସେ ପୋଲିସ ଫୋନ କରି ସମସ୍ତ କଥା ଶୁଣାଇଥିଲେ ।

ପୋଲିସ ଘଟଣାସ୍ଥଳରେ ପଂହଚି ୮୦ ବର୍ଷୀୟା ବୃଦ୍ଧାଙ୍କୁ ଉଦ୍ଧାର କରିଥିଲେ । ୩୨ ବର୍ଷୀୟ ଜେମ୍ସ ଏଚ ଡେଭିସ ନାମକ ଜଣେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତି ଡେନିସଙ୍କ ଘରେ ପ୍ରବେଶ କରି ତାଙ୍କୁ ବନ୍ଧକ କରି ରଖିଥିଲା । ପୋଲିସ ପଂହଚି ତାଙ୍କୁ କାବୁ କରିଥିଲା ।

Comments are closed, but trackbacks and pingbacks are open.