Latest Odisha News

BREAKING NEWS

ସୁବର୍ଣ୍ଣପୁରରେ ବାଇକ୍ ଡିକି ଭାଙ୍ଗି ସିରିଜ ଚୋରି, ୩ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ସହରରେ ବାଇକ ଡିକି ଭାଙ୍ଗି ସିରିଜ ଚୋରି । ଦୁଇଟି ପୃଥକ ଘଟଣାରେ ୩ ଲକ୍ଷ ଟଙ୍କା ଚୋରି ହୋଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରୁ ୫୦ ହଜାର ଓ ପଟାଭାଡ଼ି ଛକରୁ ୨ ଲକ୍ଷ ୫୦ ହଜାର ଟଙ୍କା ଚୋରି ହୋଇଛି । ଖବର ପାଇ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଅଭିଯୋଗ ଅନୁସାରେ, ସୋନପୁର ସହରର ପୁରୁଷୋତ୍ତମ ପାଣିଗ୍ରାହୀ ବାଇକରେ ୫୦ ହଜାର ଟଙ୍କା ରଖି ମେଡିକାଲକୁ ଔଷଧ ଆଣିବାକୁ ଯାଇଥିଲେ । କିନ୍ତୁ ଔଷଧ ନେଇ ଫେରିବା ବେଳକୁ ଡିକି ଭାଙ୍ଗି ଟଙ୍କା ଚୋରି ହୋଇଥିବା ଦେଖିବାକୁ ପାଇଥିଲେ । ସେହିପରି ବୀରମହାରଜପୁର ବ୍ଲକ କେନ୍ଦୁପାଲି ଗାଁର ମନୋଜ ମେହେର ବ୍ୟାଙ୍କରୁ ୨ ଲକ୍ଷ ୫୦ ହଜାର ଟଙ୍କା ଆଣି ଗାଡି ଡିକିରେ ରଖିଥିଲେ । ସହରର ପଟାଭାଡ଼ି ସ୍ଥିତ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ । କିନ୍ତୁ ଘରୁ ବାହାରି ଫେରିବା ବେଳକୁ ଡିକିରେ ଟଙ୍କା ନଥିଲା । ଉଭୟ ସୋନପୁର ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଜାରି ରଖିଛି ।

Comments are closed, but trackbacks and pingbacks are open.