Latest Odisha News

BREAKING NEWS

କଣ୍ଟ୍ରାକ୍ଟରଙ୍କୁ ଦାଦାବଟି ମାଗିବା ଓ ଅପହରଣ ଅଭିଯୋଗରେ ୬ ଜଣଙ୍କୁ ଗିରଫ କଲା ଚନ୍ଦନପୁର ପୋଲିସ

ପୁରୀ : ମହଙ୍ଗା ପଡ଼ିଲା କଣ୍ଟ୍ରାକ୍ଟରଙ୍କୁ ଦାଦାବଟି ମାଗିବା । ଦାଦାବଟି ସାଙ୍ଗକୁ ଅପହରଣ ଅଭିଯୋଗରେ ୬ ଜଣଙ୍କୁ ଗିରଫ କରିଛି ପରୀ ଚନ୍ଦନପୁର ପୋଲିସ । ଅଭିଯୁକ୍ତଙ୍କ ଠାରୁ ଗୋଟିଏ ପିସ୍ତଲ, ନଗଦ ୪ ହଜାର ୫୭୦ ଟଙ୍କା, ଗୋଟିଏ ମୋବାଇଲ ଫୋନ, ଗୋଟିଏ ଅଣ ପଞ୍ଜିକୃତ ହିରୋ ପ୍ୟାସନ ବାଇକ, ଗୋଟିଏ ସିଙ୍ଗଲ ସଟ୍ ଗନ୍, ଗୋଟିଏ ଖଣ୍ଡା ଏବଂ ବଜାଜ ବାଇକ ଜବତ କରିଛି ପୋଲିସ ।

ସୂଚନା ଅନୁଯାୟୀ, ଅଭିଯୋଗକାରୀ ଜଣେ କଣ୍ଟ୍ରାକ୍ଟର ଏବଂ ସେ ଗବକୁଣ୍ଡ ସେତୁର ନିର୍ମାଣ କାର୍ଯ୍ୟରେ ଅଛନ୍ତି । ଗତ ୯ ତାରିଖରେ ଅଭିଯୁକ୍ତ ବାଟ ଗାଁର ସୁବାସ ସ୍ବାଇଁ ତାଙ୍କୁ ଫୋନ କରି ଦାଦାବଟି ମାଗିଥିଲେ । ପରେ ପିତେଇପୁରର ପ୍ରକାଶ ସ୍ବାଇଁ ମଧ୍ୟ ଅନୁରୂପ ଭାବରେ କଣ୍ଟ୍ରାକ୍ଟରଙ୍କୁ ଫୋନ କରି ନିର୍ମାଣ କାର୍ଯ୍ୟରେ ମିଳିବାକୁ ଥିବା ଟଙ୍କାରୁ ୨ ଶତକଡା ଭାଗ ଦେବା ପାଇଁ ଧମକାଇଥିଲେ । ପରେ ୧୦ ତାରିଖରେ ସେତୁ ନିର୍ମାଣ କାର୍ଯ୍ୟ ପାଇଁ ଧମକାଇବା ସହ ଅପହରଣ ମଧ୍ୟ କରିଥିଲେ ।

ଏହାସହ ସେତୁ ନିର୍ମାଣରେ କାର୍ଯ୍ୟରତ ସାଇଟ୍ ଇନଚାର୍ଜଙ୍କୁ ଖଣ୍ଡା ଓ ମୁଣ୍ଡରେ ବନ୍ଧୁକ ଲଗାଇ ୧୦ ଲକ୍ଷ ଟଙ୍କା ଦାବି କରିଥିଲେ । ଏନେଇ ଥାନାରେ ଅଭିଯୋଗ ହେବା ପରେ ଚନ୍ଦନପୁର ଆଇଆଇସି ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଠିକାଦାରଙ୍କୁ ପିତେଇପୁର ଗ୍ରାମରୁ ଉଦ୍ଧାର କରିଥିଲେ । ଆଜି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।

 

Comments are closed, but trackbacks and pingbacks are open.