Latest Odisha News

ସୁପ୍ରିମକୋର୍ଟରେ ସମଲିଙ୍ଗୀ ବିବାହକୁ କେନ୍ଦ୍ରର ବିରୋଧ

ନୂଆଦିଲ୍ଲୀ: ଝିଅ-ଝିଅ ଓ ପୁଅ-ପୁଅ ମଧ୍ୟରେ ସମଲିଙ୍ଗୀ ବିବାହକୁ କେନ୍ଦ୍ର ସରକାରଙ୍କ ବିରୋଧ । ସମଲିଙ୍ଗୀ ବିବାହକୁ ମାନ୍ୟତା ଦେବା ନେଇ ସୁପ୍ରିମକୋର୍ଟରେ ହୋଇଥିବା ଆବେଦନକୁ ବିରୋଧ କରିଛନ୍ତି କେନ୍ଦ୍ର ସରକାର । ସୁପ୍ରିମକୋର୍ଟରେ କେନ୍ଦ୍ର ସରକାର ସତ୍ୟପାଠ ଦାଖଲ କରି ସମଲିଙ୍ଗୀ ବିବାହ ନେଇ ହୋଇଥିବା ସମସ୍ତ ୧୫ଟି ଯାକ ଆବେଦନକୁ ବିରୋଧ କରିଛନ୍ତି ।

କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି, ଏହା ଭାରତୀୟ ପରିବାର ବାଖ୍ୟା ବିରୋଧୀ । ଆମ ସମାଜରେ ପରିବାର କହିଲେ, ପତି-ପତ୍ନୀ ଓ ସେମାନଙ୍କ ଛୁଆକୁ ବୁଝାଏ । ସମାନ ଲିଙ୍ଗର ୨ ଜଣ ଏକାଠି ରହିବା ଏବଂ ସମ୍ପର୍କ ରଖିବା ଭାରତୀୟ ପରିବାର ସହ ତୁଳନୀୟ ନୁହେଁ ।

ପରିବାରରେ ପୁରୁଷକୁ ପିତା (ସ୍ୱାମୀ) ଓ ମହିଳାଙ୍କୁ ମାଆ (ସ୍ତ୍ରୀ) ଭାବେ ସମସ୍ତେ ମାନନ୍ତି । ୫୬ ପୃଷ୍ଠାର ସତ୍ୟପାଠ ଦେଇ କେନ୍ଦ୍ର ସରକାର ବ୍ୟକ୍ତିଗତ ସ୍ୱତନ୍ତ୍ରତା କଥା କହିଛନ୍ତି । ସମାନ ଲିଙ୍ଗଗତ ବିବାହ ପଞ୍ଜିକରଣ ଆଇନ୍ ଉଲ୍ଲଂଘନ କରୁଥିବା କହି ସରକାର ସମସ୍ତ ଆବେଦନକୁ ଅଗ୍ରାହ୍ୟ କରି ଦେବାକୁ ଦାବି କରିଛନ୍ତି ।

ଗତ କିଛିମାସ ମଧ୍ୟରେ ପ୍ରାୟ ୪ ସମଲିଙ୍ଗୀ ଦମ୍ପତି ସମଲିଙ୍ଗୀ ବିବାହକୁ ସ୍ୱୀକୃତି ଦେବାକୁ ଆବେଦନ କରିଥିଲେ । ଯାହା ଉପରେ କେନ୍ଦ୍ର ସରକାର ସତ୍ୟପାଠ ଦାଖଲ କରି ବିରୋଧ କରିଥିବା ବେଳେ ସୋମବାର ପୁଣି ମାମଲାର ଶୁଣାଣି ହେବ ।

Leave A Reply

Your email address will not be published.