Latest Odisha News

BREAKING NEWS

ବିଶ୍ୱ କ୍ୟାନସର ଦିବସ: କିପରି ନେବେ ନିଜ କିଡନୀର ଯତ୍ନ, ଜାଣନ୍ତୁ

ଭୁବନେଶ୍ୱର: ଫେବୃଆରୀ ୪ ତାରିଖକୁ ବିଶ୍ୱ କ୍ୟାନସର ଦିବସ ରୂପେ ପାଳନ କରାଯାଏ । ତେବେ କ୍ୟାନସର ଭଳି ଏକ ମାରାତ୍ମକ ରୋଗ ସମ୍ପର୍କରେ ସଚେତନତା କରାଇବା ପାଇଁ ଏହି ଦିନର ସୃଷ୍ଟି ।

BjdElectrycity

କ୍ୟାନସର ବିଭିନ୍ନ ରକମର ହୋଇଥାଏ । ତେବେ କିଡନୀ ବା କଲୋନ କ୍ୟାନସର ଅତ୍ୟନ୍ତ ମାରାତ୍ମକ ହୋଇଥାଏ ।

ଲକ୍ଷଣ: – ମଳ ଓ ମୂତ୍ରରେ ରକ୍ତ ପଡିଲେ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ । ଏହା କିଡନୀ କିମ୍ବା କଲୋନ୍ କ୍ୟାନସରର ସଂକେତ ହୋଇପାରେ ।

ଏଥିରୁ ବଞ୍ଚିବା ପାଇଁ କିପରି ନେବେ ନିଜ କିଡନୀର ଯତ୍ନ ଜାଣନ୍ତୁ…

୧. ସୁସ୍ଥକର ଖାଦ୍ୟ ଖାଆନ୍ତୁ:

କିଡନୀ ପାଇଁ ସୁସ୍ଥକର ଖାଦ୍ୟ ଖୁବ ଉପକାରୀ । କିଡନୀ ସିମୀତ ପରିମାଣର ଜଙ୍କ ଫୁଡ ହଜମ କରିପାରେ । ମଧ୍ୟମ ଧରଣର ଖାଦ୍ୟ ଗ୍ରହଣ କରିବା ଦ୍ୱାରା ଶରୀରରେ ଓଜନ ସହିତ ରକ୍ତ ଚାପ ନିୟନ୍ତ୍ରଣ କରିଥାଏ । ଏହା ଦ୍ୱାରା ଡାଇବେଟିସ ଏବଂ ଅନ୍ୟାନ୍ୟ ରୋଗ ହେବାର ସମ୍ଭାବନା ନଥାଏ ତେଣୁ କିଡନୀ ମଧ୍ୟ ନଷ୍ଟ ହେବାର ସମ୍ଭାବନା ଖୁବ କମ ଥାଏ ।

୨. ହାଇଡ୍ରେଟ ରୁହନ୍ତୁ:

କିଡନୀର ସଠିକ ରକ୍ଷଣାବେକ୍ଷଣ ପାଇଁ ଶରୀରକୁ ଉପଯୁକ୍ତ ପରିମାଣର ଜଳ ଆବଶ୍ୟକ । କିନ୍ତୁ ଆବଶ୍ୟକତାଠାରୁ ଅଧିକ ଜଳ ମଧ୍ୟ କିଡନୀ ପାଇଁ କ୍ଷତିକାରକ । ଦିନକୁ ଅତିକମରେ ୬ରୁ ୮ ଗ୍ଲାସ ପାଣି ପିଇବା ଦ୍ୱାରା ଶରୀରକୁ ବହୁ ପ୍ରକାରର ସୁଫଳ ମିଳିଥାଏ ।

୩. କୋଲେଷ୍ଟ୍ରୋଲ ମାତ୍ରା କମ କରନ୍ତୁ:

ଶରୀରରେ କୋଲେଷ୍ଟ୍ରୋଲର ମାତ୍ରା ଅଧିକ ହେବା ଦ୍ୱାରା ରକ୍ତ ଚାପ ବୃଦ୍ଧି ହୋଇଥାଏ । ଏହା ଦ୍ୱାରା ବୃକକ୍ ଉପରେ ପ୍ରଭାବ ପଡିଥାଏ । ତେଣୁ ଶରୀରରେ ଓଜନ ହ୍ରାସ କରି କୋଲେଷ୍ଟ୍ରୋଲରେ ନିୟନ୍ତ୍ରଣ ରଖିବା ଆବଶ୍ୟକ ।

୪. ନିୟମିତଭାବେ ବ୍ୟାୟାମ କରନ୍ତୁ:

ନିୟମିତ ବ୍ୟାୟାମ କରିବା ଦ୍ୱାରା ଶରୀରରେ ରକ୍ତ ସଂଚାଳନ ଭଲ ହୋଇଥାଏ ଏବଂ ଏହା ଦ୍ୱାରା କିଡନୀ ଭଲ ରହିଥାଏ । ବ୍ୟାୟାମ କରିବା ଦ୍ୱାରା ଖାଦ୍ୟ ପିଇବା ଏବଂ ଜଳ ପାନରେ ପ୍ରଭାବ ପଡିଥାଏ । ତେଣୁ କିଡନୀ ମଧ୍ୟ ସୁସ୍ଥ ରହିଥାଏ ।

ଧୂମ୍ରପାନ କରନ୍ତୁ ନାହିଁ :

ଗବେଷଣାରୁ ଜଣା ଯାଇଛି ଯେ ଧୂମ୍ରପାନ ନକରୁଥିବା ବ୍ୟକ୍ତିଙ୍କ ଠାରୁ ଧୂମ୍ରପାନ କରୁଥିବା ବ୍ୟକ୍ତିଙ୍କ କିଡନୀ ଖୁବ ଖରାପ ଅବସ୍ଥାରେ ଥାଏ । ଧୂମ୍ରପାନ କରିବା ଦ୍ୱାରା କିଡନୀରେ ଖରାପ ପ୍ରଭାବ ପଡ଼ିଥାଏ । ଧୂମ୍ରପାନ କରିବା ଦ୍ୱାରା ରକ୍ତ ସଂଚାଳନରେ ମଧ୍ୟ ପ୍ରଭାବ ପଡିଥାଏ । ତେଣୁ ବୃକକକୁ ସଠିକ ଭାବେ ରକ୍ତ ପହଞ୍ଚିନଥାଏ । ଅତ୍ୟଧିକ ମାତ୍ରାରେ ଧୂମ୍ରପାନ କରିବା ଦ୍ୱାରା ମଧ୍ୟ ରକ୍ତ ଚାପ ବୃଦ୍ଧି ପାଇଥାଏ ତେଣୁ କିଡନୀ କ୍ୟାନସରର ମଧ୍ୟ ସମସ୍ୟା ସୃଷ୍ଟି ହୁଏ । ତେଣୁ ଧୂମ୍ରପାନ ନକରିବା ଶରୀର ପାଇଁ ଖୁବ ଲାଭଦାୟକ ।

Leave A Reply

Your email address will not be published.