Latest Odisha News

ବିଶ୍ୱ କରୋନା ମିଟର; ଗତ ୨୪ ଘଣ୍ଟାରେ ୪.୯୦ ଲକ୍ଷ କରୋନା ମାମଲା ଚିହ୍ନଟ

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ସଂକ୍ରମଣ ସଂଖ୍ୟା ୪ କୋଟି ପାର୍‌ କରିସାରିଲାଣି। ଏଥିମଧ୍ୟରୁ ପ୍ରାୟ ୧୧ ଲକ୍ଷ ରୋଗୀ ପ୍ରାଣ ହରାଇଛନ୍ତି। ବିଶ୍ୱରେ ପ୍ରତିଦିନ ରେକର୍ଡ ସ୍ତରରେ କରୋନା ମାମଲା ବୃଦ୍ଧି ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ଏକ ରେକର୍ଡ ୪.୯୦ ଲକ୍ଷ କରୋନା ମାମଲା ରିପୋର୍ଟ ହୋଇଛି।

ଏହି ବିପଜ୍ଜନକ ରୋଗରେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟାରେ କରୋନା ୬୫୨୪ ଜଣଙ୍କର ଜୀବନ ନେଇଛି। ଅତୀତରେ ଆମେରିକାରେ ସର୍ବାଧିକ ସଂଖ୍ୟକ କରୋନା ମାମଲା ଆସିଥିଲା। ଏହା ପରେ ଭାରତ, ଫ୍ରାନ୍ସ, ବ୍ରାଜିଲ, ବ୍ରିଟେନ, ସ୍ପେନ୍, ଇଟାଲୀ,  ରୁଷିଆରେ ସର୍ବାଧିକ ସଂଖ୍ୟକ ମାମଲା ରିପୋର୍ଟ ହୋଇଥିଲା। ଫ୍ରାନ୍ସରେ ୪୨ ହଜାର ରୋଗୀ ବୃଦ୍ଧି ପାଇବା ପରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧  ମିଲିୟନ ଅତିକ୍ରମ କରିଛି।

ୱାର୍ଲର୍ ମିଟର ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ସାରା ବିଶ୍ୱରେ ୪‌ କୋଟି ୨୫ ଲକ୍ଷ ଲୋକ କରୋନା ସଂକ୍ରମିତ ହୋଇଛନ୍ତି। ଏଥିମଧ୍ୟରୁ ୧୧ ଲକ୍ଷ ୪୮ ହଜାର ଲୋକ ପ୍ରାଣ ହରାଇଥିବାବେଳେ ୩ କୋଟି ୧୪ ଲକ୍ଷ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ସମଗ୍ର ବିଶ୍ୱରେ ୯୮ ଲକ୍ଷ ୯୬ ହଜାର ସକ୍ରିୟ ମାମଲା ଅଛି, ଅର୍ଥାତ୍ ବର୍ତ୍ତମାନ ଅନେକ ଲୋକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

Leave A Reply

Your email address will not be published.