Latest Odisha News

BREAKING NEWS

ଡି କକ, ଭାନ ଡେର ଡୁସେନଙ୍କ ଶତକ: ଦକ୍ଷିଣ ଆଫ୍ରିକା ୩୫୭/୪

ପୁଣେ: ଚଳିତ ବିଶ୍ୱକପ କ୍ରିକେଟରେ ବୁଧବାର ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ କରି ନ୍ୟୁଜିଲାଣ୍ଡ ସମ୍ମୁଖରେ ୩୫୮ ରନର ବିଜୟ ଲକ୍ଷ୍ୟ ରଖିଛନ୍ତି । ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୫୦ ଓଭରରେ ୪ ୱିକେଟ ହରାଇ ୩୫୭ ରନ କରିଥିଲା । ଜବରଦସ୍ତ ଫର୍ମରେ ଥିବା କ୍ୱିଂଟନ ଡି କକ୍ ୧୧୪ ଓ ରେସି ଭାନ ଡେର ଡୁସେନ ୧୩୩ ରନର ଇନିଂସ ଖେଳିଥିଲେ । ଏହା ପରେ ଡେଭିଡ ମିଲର ମଧ୍ୟ ଶେଷ ଭାଗରେ ଦ୍ରୁତ ବ୍ୟାଟିଂ କରି ୫୩ ରନ ସଂଗ୍ରହ କରିଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ ଟିମ ସୌଥୀ ୨ଟି ଏବଂ ଟ୍ରେଂଟ ବୋଲ୍ଟ ଓ ଜେମ୍ସ ନୀଶମ ଗୋଟିଏ ଲେଖାଁଏ ୱିକେଟ ନେଇଥିଲେ ।

ଉଭୟ ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକା ବିଜୟ ସହ ସେମିଫାଇନାଲ ପ୍ରବେଶ ନିଶ୍ଚିତ କରିବା ପାଇଁ ଉଦ୍ୟମ କରିବେ । ନ୍ୟୁଜିଲାଣ୍ଡ ୬ ମ୍ୟାଚରୁ ୮ ଓ ଦକ୍ଷିଣ ଆଫ୍ରିକା ୬ ମ୍ୟାଚରୁ ୧୦ ପଂଏଟ ହାସଲ କରିଛନ୍ତି । ପଂଏଟ ଟେବୁଲରେ ଭାରତ ୧୨ ପଂଏଟ ସହ ଶୀର୍ଷରେ ରହିଛି । ଡିକକ ବିଶ୍ୱକପରେ ୪ର୍ଥ ଶତକ ହାସଲ କରି କୀର୍ତିମାନ ସ୍ଥାପନ କରିଛନ୍ତି । ଟସ ଜିତି ନ୍ୟୁଜିଲାଣ୍ଡ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲା ।

Leave A Reply

Your email address will not be published.