Latest Odisha News

BREAKING NEWS

ଜିଏସଟି ରେକର୍ଡ: ଅକ୍ଟୋବର ମାସରେ ଦ୍ୱିତୀୟ ସର୍ବାଧିକ ରାଜସ୍ୱ ଆଦାୟ

ନୂଆଦିଲ୍ଲୀ: ଗତ ଅକ୍ଟୋବରରେ ଆଦାୟ ହୋଇଛି ସର୍ବାଧିକ ଟିକସ । କେନ୍ଦ୍ର ସରକାରଙ୍କ ରାଜକୋଷକୁ ଆସିଛି  ୧.୭୨ ଲକ୍ଷ କୋଟି ଟଙ୍କା । ଜିଏସଟି ଲାଗୁ ହେବା ପରଠାରୁ ଏହା ୨ୟ ସର୍ବାଧିକ ଜିଏସଟି ଆଦାୟ । ଏହି ଜିଏସଟି ଆଦାୟ ପରେ ୧୩ ପ୍ରତିଶତ ବାର୍ଷିକ ବୃଦ୍ଧି ରେକର୍ଡ କରାଯାଇଛି । ୨୦୨୩-୨୪ ଆର୍ଥିକ ବର୍ଷରେ ହାରାହାରି ମୋଟି ମାସିକ ଜିଏସଟି ଆାଦାୟ ୧୧ପ୍ରତିଶତ ଅଧିକ ହୋଇ ୧.୬୭ ଲକ୍ଷ କୋଟିରେ ପହଞ୍ଚିଛି ।

ବିଭାଗୀୟ ସୂଚନା ଅନୁସାରେ, ୨୦୨୩ ଅକ୍ଟୋବରରେ ମୋଟ ୧, ୭୨, ୦୦୩ କୋଟି ଟଙ୍କା ଜିଏସଟି ଆଦାୟ ହୋଇଛି । ସେଥିମଧ୍ୟରୁ ୩୦, ୦୬୨ କୋଟି ଟଙ୍କା ସିଜିଏସଟି, ୩୮, ୧୭୧ କୋଟି ଟଙ୍କା ଏସଜିଏସଟି, ୯୧, ୩୧୫ କୋଟି ଟଙ୍କା (ସାମଗ୍ରୀ ଆଦାୟ ଉପରେ  ହୋଇଥିବା ୪୨, ୧୨୭କୁ ମିଶାଇ) ହେଉଛି ଆଇଜିଏସଟି ଏବଂ ୧୨, ୪୫୬ କୋଟି ଟଙ୍କା ହେଉଛି ସେସ ।

୨୦୨୩ ଅକ୍ଟୋବର ମାସର ମୋଟ ଜିଏସଟି ରାଜସ୍ୱ ଗତ ବର୍ଷ ଅକ୍ଟୋବର ତୁଳନାରେ ୧୩ ପ୍ରତିଶତ ଅଧିକ ଅଟେ । ସେହିପରି ଏହି ମାସରେ ଘରୋଇ କାରବାରରୁ ସଂଗୃହୀତ ରାଜସ୍ୱ ମଧ୍ୟ ଗତବର୍ଷ ତୁଳନାରେ ୧୩ ପ୍ରତିଶତ ଅଧିକ ରହିଛି ।

Leave A Reply

Your email address will not be published.