Latest Odisha News

BREAKING NEWS

ୱାର୍ଲ୍ଡ ମାଷ୍ଟର୍ସ ଆଥଲେଟିକ୍ସ ଚାମ୍ପିୟନଶିପ: ୯୪ ବର୍ଷୀୟା ଭଗୱାନୀ ଦେବୀ ଜିତିଲେ ସ୍ୱର୍ଣ୍ଣ

ଚଣ୍ଡୀଗଡ: ୯୪ ବର୍ଷୀୟା ଭଗୱାନୀ ଦେବୀ ପରିଣତ ବୟସରେ ମଧ୍ୟ ଫିଟ ରହିବା ସହ ଦେଶ ପାଇଁ ପଦକ ଜିତି ଯୁବପିଢୀ ପାଇଁ ଆଦର୍ଶ ସାଜିଛନ୍ତି । ଫିନଲାଣ୍ଡର ଟାମ୍ପରେରେ ଅନୁଷ୍ଠିତ ୱାର୍ଲ୍ଡ ମାଷ୍ଟର୍ସ ଆଥଲେଟିକ୍ସ ଚାମ୍ପିୟନଶିପରେ ସେ ଗୋଟିଏ ସ୍ୱର୍ଣ୍ଣ ଏବଂ ଗୋଟିଏ ବ୍ରୋଞ୍ଜ ପଦକ ଜିତି ଭାରତକୁ ଗୌରବାନ୍ୱିତ କରିଛନ୍ତି । ୧୦୦ମିଟର ସ୍ପ୍ରିଂଟ ଇଭେଂଟରେ ସେ ୨୪.୭୪ ସେକେଣ୍ଡରେ ରେସ ସମ୍ପୂର୍ଣ୍ଣ କରି ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ ।

ସେହିପରି ଶଟପୁଟରେ ସେ ପ୍ରଭାବୀ ପ୍ରଦର୍ଶନ କରି ବ୍ରୋଞ୍ଜ ପଦକ ଜିତିଥିଲେ । ଭଗୱାନୀଙ୍କ ଏହି ସଫଳତା ନେଇ ଭାରତୀୟ କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ ଅଭିନନ୍ଦନ ଜଣାଇଛନ୍ତି । ଏହି ସଫଳତା ନେଇ ସେ ବେଶ ଉତ୍ସାହିତ ହେବା ସହ ଆଗକୁ ଅଭ୍ୟାସ ଜାରୀ ରଖିବେ ଏବଂ ଅଧିକ ପଦକ ଦେଶ ପାଇଁ ଜିତିବେ ବୋଲି କହିଛନ୍ତି ।

Leave A Reply

Your email address will not be published.