Latest Odisha News

BREAKING NEWS

ରିଲିଜ ପୂର୍ବରୁ ପୁନର୍ବାର ଚର୍ଚ୍ଚାରେ ଧନୁଷ ଅଭିନୀତ ହଲିଉଡ ଫିଲ୍ମ ଦି ଗ୍ରେ ମ୍ୟାନ

ମୁମ୍ବାଇ: ରିଲିଜ ପୂର୍ବରୁ ପୁନର୍ବାର ଚର୍ଚ୍ଚାରେ ରହିଛି ଦକ୍ଷିଣ ଭାରତ ସୁପରଷ୍ଟାର ଧନୁଷ ଅଭିନୀତ ହଲିଉଡ ଫିଲ୍ମ ଦି ଗ୍ରେ ମ୍ୟାନ । ଏହି ଫିଲ୍ମରେ କ୍ରିସ ଇଭାନ୍ସ ଓ ର‌୍ୟାନ ଗୋସଲିଂ ମୂଖ୍ୟ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି । ଦି ଗ୍ରେ ମ୍ୟାନ ୨୨ ଜୁଲାଇରେ ନେଟଫ୍ଲିକ୍ସରେ ବଡ ଆକାରରେ ରିଲିଜ ହେବ । ନିକଟରେ ଫିଲ୍ମର ମେକର୍ସ ଲସ ଆଞ୍ଜେଲ୍ସରେ ଏହାର ଏକ ସ୍ପେଶାଲ ସ୍କ୍ରିନିଂ କରିଥିଲେ । ଫିଲ୍ମ ଏବଂ ଧନୁଷଙ୍କ ଭୂମିକା ନେଇ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି ।

ହଲିଉଡ କ୍ରିଟିକ୍ସ କର୍ଟନୀ ହାୱାର୍ଡ ଟ୍ୱିଟରରେ ଇଭାନ୍ସ ଓ ଗୋସଲିଂଙ୍କ ଅଭିନୟକୁ ପ୍ରଶଂସା କରିଛନ୍ତି । ଧନୁଷଙ୍କ ଅଭିନୟ ଏବଂ ସ୍କ୍ରିନ ପ୍ରେଜେନ୍ସର ଅଦ୍ଭୁତ ବୋଲି ସେ ଲେଖିଛନ୍ତି । ଏପରିକି ପ୍ରଶଂସକମାନେ ଫିଲ୍ମ ଦେଖିବା ପାଇଁ ବ୍ୟଗ୍ର ହୋଇ ପଡିଥିବା କହିଛନ୍ତି । ଏହି ଆକ୍ସନ ଥ୍ରୀଲର ଫିଲ୍ମକୁ ରୁଷର ଦୁଇ ଭାଇ ଆନ୍ଥୋନୀ ଓ ଜୋ ନିର୍ମାଣ କରିଛନ୍ତି ।

Leave A Reply

Your email address will not be published.