Latest Odisha News

BREAKING NEWS

ଋଣ ପରିଶୋଧ ନ ହେବାରୁ ଶାରଳା ସୂତାକଳକୁ ସିଲ୍ କଲା ଭାରତୀୟ ଷ୍ଟେଟ ବ୍ୟାଙ୍କ

ଜଗତସିଂହପୁର: ସିଲ୍ ହେଲା ଶାରଳା ସୂତାକଳ । ତିର୍ତ୍ତୋଲ ବ୍ଲକ ନାଉସିରା ଠାରେ ଥିବା ଶାରଳା ସୁତାକଳକୁ ଆଜି ଭାରତୀୟ ଷ୍ଟେଟ ବ୍ୟାଙ୍କ ଭୁବନେଶ୍ୱର ଇଣ୍ଡଷ୍ଟ୍ରିଆଲ ଶାଖା ପକ୍ଷରୁ ସିଲ୍ କରାଯାଇଛି । ସୂତାକଳ ସହ ୧୫ ଏକର ୧୨ ଡିସିମିଲ୍ ଜାଗା ମଧ୍ୟରେ ଥିବା ସମସ୍ତ ସୌଧକୁ ଜବତ କରାଯାଇ ସିଲ କରିଛି ବ୍ୟାଙ୍କ । ସୂତାକଳ ଭିତରେ ଥିବା ସମସ୍ତ ଯନ୍ତ୍ରାଂଶ, ମିଲ୍ ପରିସରରେ ଥିବା ବଙ୍ଗଳାକୁ ମଧ୍ୟ ବ୍ୟାଙ୍କ ସିଲ୍ କରିଛି ।

ସୂଚନାଯୋଗ୍ୟ, ଗତ ଜୁନ ୨୨ ତାରିଖରେ ଷ୍ଟେଟବ୍ୟାଙ୍କ ପକ୍ଷରୁ ଶାରଳା ସୂତାକଳ ସମ୍ମୁଖରେ ସିଲ୍ କରାଯିବା ନେଇ ନୋଟିସ୍ ଲଗା ଯାଇଥିଲା । ଆଜି ବ୍ୟାଙ୍କ କର୍ତ୍ତୃପକ୍ଷ ସୂତାକଳକୁ ସିଲ୍ କରିବା ସହିତ ଅକ୍ତିଆରକୁ ନେଇଛନ୍ତି । ଶାରଳା ସୂତା ମିଲର ପୁନରୁଦ୍ଧାର ଲାଗି ୧୯୯୯ ମସିହାରେ ତତ୍କାଳୀନ ସରକାର ଷ୍ଟେଟବ୍ୟାଙ୍କ ଋଣରୁ ଆଣିଥିଲେ । ତେବେ ବର୍ତ୍ତମାନ ଋଣ ଭାର ୪ କୋଟି ୭୪ ଲକ୍ଷ ୮୬୫ ଟଙ୍କା ରହିଛି । ଋଣ ପରିଶୋଧ ନ ହେବାରୁ ବ୍ୟାଙ୍କ ସୂତା ମିଲକୁ ସିଲ୍ କରି ଅକ୍ତିଆରକୁ ନେଇଛି ।

Leave A Reply

Your email address will not be published.