Latest Odisha News

ଶାହାରୁଖ୍‌ଙ୍କ ଘରେ ରହିବାକୁ ଚାହୁଁଛନ୍ତି କି? ଗୋଟିଏ ରାତି ପାଇଁ ମିଳୁଛି ଏହି ସୁଯୋଗ; ଜାଣନ୍ତୁ କିପରି ପାଇବେ ଏହି ସୁଯୋଗ

ନୂଆଦିଲ୍ଲୀ: ଶାହାରୁଖ ଖାନ ଏବଂ ଗୌରୀ ଖାନ ସେମାନଙ୍କ ଦିଲ୍ଲୀସ୍ଥିତ ଘରକୁ ବହୁତ ଭଲ ପାଆନ୍ତି ଯେଉଁଥିପାଇଁ ଏହି ଦମ୍ପତି ବର୍ତ୍ତମାନ ପ୍ରଶଂସକଙ୍କ ସହ ନିଜ ଘର ସେୟାର୍କରିବାକୁ ନିଷ୍ପତ୍ତି ନେଇଛନ୍ତି ପ୍ରଶଂସକମାନଙ୍କୁ ଏଥିରେ ରହିବାକୁ ସୁଯୋଗ ଦେବା ପାଇଁ ଶାହରୁଖଗୌରୀ ଏୟାରବିଏନ୍ବି ସହ ସହଭାଗୀ ହୋଇଛନ୍ତି

କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ। ଶାହାରୁଖ ଖାନ ତାଙ୍କ ପ୍ରଶଂସକଙ୍କୁ ଦିଲ୍ଲୀର ପଞ୍ଚସିଲସ୍ଥିତ ବାସଭବନରେ ତାଙ୍କ ପ୍ରଶଂସକଙ୍କୁ ଗୋଟିଏ ଦିନ ରହିବାର ସୁଯୋଗ ଦେଇଛନ୍ତି। Airbnb #HomewithOpenArms ସହିତ ପ୍ରଶଂସକମାନେ ସେମାନଙ୍କ ଦିଲ୍ଲୀ ଘରେ ଗୋଟିଏ ରାତି ବିତାଇବାକୁ ସୁଯୋଗ ପାଇପାରିବେ

ତେବେ ଏଭଳି ଏକ ସୁଯୋଗ ପାଇବାକୁ ହେଲେ ଆପଣଙ୍କୁ ଏକ ପ୍ରତିଯୋଗିତାର ଅଂଶ ହେବାକୁ ପଡିବ। ଏଥିରେ ବିଜେତା ହୋଇଥିବା ବ୍ୟକ୍ତିଙ୍କୁ ତାଙ୍କର ଜଣେ ସାଥୀଙ୍କ ସହ ୧୩ ଫେବୃଆରୀ ୨୦୨୧ରେ ଦକ୍ଷିଣ ଦିଲ୍ଲୀର ପଞ୍ଚଶିଲ ପାର୍କରେ ଥିବା ଘରେ ଗୋଟିଏ ରାତି ରହିବାର ସୁଯୋଗ ପାଇବେ।

ଶାହାରୁଖଙ୍କ ଘରେ ରାତି ବିତାଇବାକୁ ହେଲେ ଆପଣଙ୍କୁ ଏକ ପ୍ରତିଯୋଗିତାରେ ଭାଗ ନେବାକୁ ପଡିବ। ଏଥିପାଇଁ ଆପଣଙ୍କୁ ଏକ ଆବେଦନ ଫର୍ମ ପୂରଣ କରିବାକୁ ପଡିବ। ଫର୍ମରେ, ତୁମ ଅନୁଯାୟୀ ଓପନ୍ ଆର୍ମ ସ୍ୱାଗତ ତାହା ଆପଣଙ୍କୁ କହିବାକୁ ପଡିବ। ଏହି ପ୍ରଶ୍ନ ଶାହାରୁଖ ଖାନଙ୍କ ଆଇକନିକ ଓପନ୍‌ ଆର୍ମ ପୋଜ୍କୁ ଧ୍ୟାନରେ ରଖି ପଚରାଯିବ।

ଶାହାରୁଖ ଖାନ ନିଜେ ଇନଷ୍ଟାଗ୍ରାମରେ ଏହି ଘୋଷଣା କରିଛନ୍ତି। ସେ କହିଥିଲେ ଯେ ତାଙ୍କ ପତ୍ନୀ ଗୌରୀ ଖାନ ତାଙ୍କ ଦିଲ୍ଲୀ ଘରକୁ ପୁନର୍ବାର ସଜାଇଛନ୍ତି ଏବଂ ବର୍ତ୍ତମାନ ସେ ଭାଗ୍ୟଶାଳୀ ବିଜେତାମାନଙ୍କୁ ଏହି ଘରେ ରହିବାର ସୁଯୋଗ ଦେଉଛନ୍ତି

Leave A Reply

Your email address will not be published.