Latest Odisha News

BREAKING NEWS

ଅମ୍ରିତପାଲ ସମର୍ଥନରେ ବାହାରିଲା ଗୁରପତୱନ୍ତ ପନ୍ନୁ, ଦିଲ୍ଲୀ ପାୱାର ହାଉସ ବନ୍ଦ କରିବାକୁ ଧମକ

ନୂଆଦିଲ୍ଲୀ: ଆତଙ୍କବାଦୀ ତଥା ଖଲିସ୍ତାନ ସମର୍ଥକ ଗୁରପତୱନ୍ତ ସିଂ ପନ୍ନୁ ବୁଧବାର ଖୋଲାଖୋଲି ଭାବେ ଅମ୍ରିତପାଲ ସିଂ ସମର୍ଥନରେ ବାହାରିଛି । ସେ ଏକ ଅଡିଓ ମେସେଜ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଚେତାବନୀ ଦେଇଛି । ସିଖ ଫର ଜଷ୍ଟିସର ମୂଖ୍ୟ କହିଛି ଅମ୍ରିିତପାଲ ସିଂ ଘଟଣାରେ ଯଦି କେନ୍ଦ୍ର ସରକାର ପଞ୍ଜାବରେ କୌଣସି ଭୂଲ ପଦକ୍ଷେପ ନିଅନ୍ତି ତାହାହେଲେ ସେମାନେ ଏଥିପାଇଁ ଦାୟୀ ରହିବେ । ଏପରିକି ଆମେ ପାୱାର ହାଉସ ବନ୍ଦ କରି ଦିଲ୍ଲୀକୁ ଅନ୍ଧକାର କରିଦେବୁ ବୋଲି ଧମକ ଦେଇଛନ୍ତି । କୃଷକ ଆନ୍ଦୋଳନ ସମୟରେ ପନ୍ନୁ ଏ ଭଳି କେତେକ ଧମକ ଦେଇଥିଲା ।

ପଞ୍ଜାବର ଅନେକଗୁଡିଏ ହିଂସକ ଆନ୍ଦୋଳନ ପଛରେ ଏହାର ହାତ ଥିବା ସ୍ପଷ୍ଟ ହୋଇଛି । ରାଷ୍ଟ୍ର ବିରୋଧୀ ପଦକ୍ଷେପ ଯୋଗୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ୧ ଜୁଲାଇ ୨୦୨୦ରେ ୟୁଏପିଏ ଅନୁସାରେ ଆତଙ୍କବାଦୀ ଭାବେ ଘୋଷଣା କରିଛନ୍ତି । ବିଦେଶରେ ଖଲିସ୍ତାନ ଗଠନ ନେଇ ପନ୍ନୁ ଆତଙ୍କବାଦୀ କାର୍ଯ୍ୟକଳାପ ଚଳାଇଛି ।

Leave A Reply

Your email address will not be published.