Latest Odisha News

BREAKING NEWS

‘ରିୟଲ୍‌ ରିମ୍ୟାଚ୍‌’ ପାଇଁ ଅକ୍ଷୟଙ୍କୁ WWE ତାରକା ଅଣ୍ଡର‌ଟେକର୍‌ଙ୍କ ଚ୍ୟାଲେଞ୍ଜ; ଜାଣନ୍ତୁ କଣ କହିଲେ ଅକ୍ଷୟ

ନୂଆଦିଲ୍ଲୀ: ନିକଟରେ ବଲିଉଡର ସୁପରଷ୍ଟାର ଅକ୍ଷୟ କୁମାରଙ୍କ ତାଙ୍କ ଫିଲ୍ମ ‘ଖିଲାଡିୟୋ କା ଖିଲାଡି’ ୨୫ ବର୍ଷ ପୂର୍ତ୍ତି ଅବସରରେ ଏକ ମଜାଳିଆ ମେମ୍‌ ସେୟାର୍‌ କରିଥିଲେ। ଯେଉଁଥିରେ ଅକ୍ଷୟ କୁମାରଙ୍କ ବ୍ୟତୀତ WWE ରେସଲର ବ୍ରକ୍ ଲେସନର୍, ଟ୍ରିପଲ୍ ଏଚ୍ ଏବଂ ରୋମାନ୍ ରେଜିନ୍ସଙ୍କୁ ଦେଖିବାକୁ ମିଳିଥିଲା।

ତେବେ ସେହି ମେମ୍‌ରେ ଉଲ୍ଲେଖ ହୋଇଥିଲା ଯଦି ତୁମେ ଅଣ୍ଡରଟେକର୍ଙ୍କୁ ପରାସ୍ତ କରିଛ ତେବେ ହାତ ଉପରକୁ ଉଠାଅ।

କୌତୁହଳର ବିଷୟ ହେଉଛି ପୂର୍ବତନ WWE ତାରକା ଅଣ୍ଡରଟେକର୍ ଅକ୍ଷୟ କୁମାରଙ୍କ ଇନଷ୍ଟାଗ୍ରାମରେ ପୋଷ୍ଟ କରି ମନ୍ତବ୍ୟ ଦେବା ସହିତ ତାଙ୍କୁ ଏକ ରିୟଲ ରିମ୍ୟାଚ୍‌ ପାଇଁ ଚ୍ୟାଲେଞ୍ଜ ଦେଇଛନ୍ତି।

ଏହା ଉତ୍ତରରେ ଅକ୍ଷୟ କହିଛନ୍ତି ଯେ “ମୋତେ ମୋର ବୀମା ଯାଞ୍ଚ କରି ଫେରିବାକୁ ଦିଅ!”

Leave A Reply

Your email address will not be published.