Latest Odisha News

BREAKING NEWS

Year-ender 2021: ରାଜ୍ୟ ରାଜନୀତିରେ ଚର୍ଚ୍ଚିତ ଘଟଣା

ଓଡ଼ିଶା ସମ୍ବାଦ ବ୍ୟୁରୋ: ଚଳିତବର୍ଷ ରାଜ୍ୟ ରାଜନୀତିରେ ହଟଚମଟ ଦେଖିବାକୁ ମିଳିଥିଲା । ଆଗକୁ ପଞ୍ଚାୟତ ଓ ପୌର ଭୋଟ୍ ଥିବାରୁ ସରକାର ମାଳ ମାଳ ଯୋଜନା ବର୍ଷା କରିଛନ୍ତି । ସେହିପରି ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଟାର୍ଗେଟ କରିଛନ୍ତି ବିରୋଧୀ । ଏବର୍ଷ ବିଜେଡି ପାଳିଛି ରୌପ୍ୟ ଜୟନ୍ତୀ । ଅଣ୍ଡା ଫଣ୍ଡା ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଥିଲା ।

ବିଜେଡି ପାଳିଲା ରୌପ୍ୟ ଜୟନ୍ତୀ
ଚଳିତବର୍ଷ ବିଜେଡି ୨୫ ବର୍ଷରେ ପଦାର୍ପଣ କରିଛି । ରାଜ୍ୟବ୍ୟାପୀ ଦଳ ପାଳନ କରିଥିଲା ୨୫ତମ ପ୍ରତିଷ୍ଠା ଦିବସ । ଗୋଟିଏ ଆଞ୍ଚଳିକ ଦଳ ଭାବରେ ଉଭୟ ରାଜ୍ୟ ଓ ଜାତୀୟ ରାଜନୀତିରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି ବିଜେଡି । ୨୫ ବର୍ଷ ଧରି ସଫଳତାର ପାହାଚ ପରେ ପାହାଚ ଚଢ଼ି ଚାଲିଛି । ୨୦୦୦ ମସିହାରୁ ନବୀନଙ୍କ ନେତୃତ୍ୱରେ ବିଜେଡିର ବିଜୟ ରଥ ଆଗକୁ ଆଗକୁ ବଢ଼ି ଚାଲିଛି । ନବୀନ କହୁଛନ୍ତି, ବିଜେଡି ଏକ ସାମାଜିକ ଆନ୍ଦୋଳନପେ ପରିଣତ ହୋଇଛି । ସମସ୍ତଙ୍କୁ ସାଥୀରେ ନେଇ ବିଜେଡି ଶହ ଶହ ବର୍ଷ ପର୍ୟ୍ୟନ୍ତ ଓଡ଼ିଶାବାସୀଙ୍କ ସେବା କରି ଚାଲିବ । ଓଡ଼ିଶାବାସୀ ବିଜୁ ଜନତା ଦଳର ବସ୍‌ ।

ଅଣ୍ଡା, ଫଣ୍ଡା ଓ ପଲିଟିକ୍ସ
ଏବର୍ଷ ରାଜ୍ୟ ରଜାନୀତିରେ ଅଣ୍ଡା, ପଣ୍ଡାକୁ ନେଇ ହଇଚଇ ସୃଷ୍ଟି ହୋଇଥିଲା । ମମିତା ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିଷ୍କାର ଦାବିରେ ବିରୋଧୀ ଆରମ୍ଭ କରିଥିଲେ ଅଣ୍ଡାମାଡ଼ । ବିଭିନ୍ନ ସ୍ଥାନରେ ମନ୍ତ୍ରୀଙ୍କ ଗାଡ଼ିକୁ ଅଣ୍ଡାମାଡ଼ କଲେ । କେଉଁଠି ଟମାଟୋ ବି ମାଡ଼ ହୋଇଥିଲା । ପୋଲିସ-ଆନ୍ଦୋଳନକାରୀ ଟେକା ଫଥର ମରାମାରି ବି ହୋଇଥିଲେ । ରାଜନୈତିକ ବୟାନବାଜି ଓ ଆରୋପ ପ୍ରତ୍ୟାରୋପ ଭିତରେ ଏବର୍ଷ ରାଜ୍ୟ ରାଜନୀତି ଉଠିଥିଲା ପଡ଼ିଥିଲା ।

ମୋଦି କ୍ୟାବିନେଟରେ ଓଡ଼ିଶା ୨ ମନ୍ତ୍ରୀ
ଚଳିତବର୍ଷ କେନ୍ଦ୍ର ମନ୍ତ୍ରିମଣ୍ଡଳର ଅଦଳବଦଳ କରିଥିଲେ ପ୍ରଧାନମନ୍ତ୍ରୀ । ତାଙ୍କ କ୍ୟାବିନେଟରେ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଓଡ଼ିଶାରୁ ରାଜ୍ୟସଭା ସଦସ୍ୟ ଅଶ୍ୱିନୀ ବୈଷ୍ଣବଙ୍କୁ ସ୍ଥାନ ଦେଇଥିଲେ । ବାଦ ପଡ଼ିଥିଲେ ପ୍ରତାପ ଷଡ଼ଙ୍ଗୀ । ଅଶ୍ୱିନୀ ବୈଷ୍ଣବଙ୍କ ହାତରେ ମୋଦି ଧରାଇଛନ୍ତି ରେଳ, ଇଲେକ୍ଟ୍ରୋନିକ୍ସ, ଆଇଟି ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ । ଧର୍ମେନ୍ଦ୍ରଙ୍କ ପାଖରୁ ପେଟ୍ରେଲ ମନ୍ତ୍ରାଳୟ କାଢ଼ି ତାଙ୍କୁ ଦେଇଥିଲେ ଶିକ୍ଷା ବିଭାଗ ।

କଂଗ୍ରେସକୁ ବାଏ ବାଏ କହିଲେ ଆଦିବାସୀ ନେତା
ଚଳିତବର୍ଷ କଂଗ୍ରେସରୁ ମୁହଁ ଫେରାଇ ନେଇଛନ୍ତି ଦକ୍ଷିଣ ଓଡ଼ିଶାର ଟାଣୁଆ ଆଦିବାସୀ ନେତା । ଚାରି ଜଣ ପୂର୍ବତନ ବିଧାୟକ ଓ ସାଂସଦ ହାତ ସହ ସମ୍ପର୍କ କାଟିଛନ୍ତି । ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀ, କୈଳାସ କୁଲେସିକା, ଚନ୍ଦ୍ରଶେଖର ମାଝୀ ଶଙ୍ଖ ଫୁଙ୍କିଛନ୍ତି ।

ପିପିଲି ଉପନିର୍ବାଚନ
ପିପିଲି ଗଡ଼ ବଜାୟ ରଖିଲା ବିଜେଡି । ପ୍ରଦୀପ ମହାରଥୀଙ୍କ ବିୟୋଗ ପରେ ପିପିଲି ଉପନିର୍ବାଚନ ଏବର୍ଷ ବାଜି ମାରିଛି ବିଜେଡି । ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀ ଉପନିର୍ବାଚନରେ ବିଜୟୀ ହୋଇଥିଲେ । ଦୁଇ ଦୁଇ ଥର ସ୍ଥହିତ ରହିବା ପରେ ପିପିଲିରେ ଉପନିର୍ବାଚନ ହୋଇଥିଲା ।

Leave A Reply

Your email address will not be published.