Latest Odisha News

BREAKING NEWS

ଆଗାମୀ ୩ ଘଣ୍ଟାରେ ଖୋର୍ଦ୍ଧା, କଟକ ସହ ୧୮ ଜିଲ୍ଲାରେ ଘଡ଼ଘଡ଼ି ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: କାଳବୈଶାଖୀ ବର୍ଷା ନେଇ ୧୮ ଜିଲ୍ଲାକୁ ଆଗାମୀ ୩ ଘଣ୍ଟା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଜାରି ଆଲର୍ଟ ଅନୁସାରେ ଆଗାମୀ ୩ ଘଣ୍ଟା ମଧ୍ୟରେ ୧୮ ଜିଲ୍ଲାରେ ଘଡ଼ଘଡ଼ି, ବଜ୍ରପାତ ସହ ସ୍ୱଳ୍ପରୁ ମଧ୍ୟମଧରଣର ବର୍ଷା ହେବ ।

ଏନେଇ କୋରାପୁଟ, କନ୍ଧମାଳ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ନୂଆପଡ଼ା, ବଲାଙ୍ଗିର, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଅନୁଗୁଳ, ଦେବଗଡ଼, ଢେଙ୍କାନାଳ, କଟକ, ମୟୂରଭଞ୍ଜ, ବାଲେଶ୍ୱର, ଖୋର୍ଦ୍ଧା ଓ କେନ୍ଦୁଝର ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

ପାଣିପାଗ ବିଭାଗ ପକ୍ଷରୁ ଜାରି ବୁଲେଟିନ୍ ଅନୁସାରେ, ଆଗାମୀ ୫ ଦିନ ଯାଏ ରାଜ୍ୟରେ ବର୍ଷା ସହ ଘଡ଼ଘଡ଼ି ପାଗ ଲାଗି ରହିବ । ଉପକୂଳ ସହ ଉତ୍ତର ଓ ଦକ୍ଷିଣା ଓଡ଼ିଶାର କିଛି ଜିଲ୍ଲାରେ ଏଭଳି ସ୍ଥିତି ରହିବ । ଆସନ୍ତା ୩ ଦିନ ମଧ୍ୟରେ ଦିନ ତାପମାତ୍ରା ୪ରୁ ୬ ଡିଗ୍ରୀ ବଢ଼ିବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

Leave A Reply

Your email address will not be published.