Latest Odisha News

BREAKING NEWS

ବିଦ୍ୟୁତ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ

ନୂଆପଡା : ନୂଆପଡା କୋମନା ବ୍ଲକ ଠିକପାଲି ଗାଁରେ ବିଦ୍ୟୁତ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ ।  ଜଣେ କାର୍ଯ୍ୟରତ ବିଦ୍ୟୁତ କର୍ମଚାରୀଙ୍କୁ ସେହି ଗାଁର ଦୁଇଜଣ ଦୁର୍ବୁର୍ତ୍ତ ମରଣାନ୍ତକ ଆକ୍ରମଣ କରିଥିବା ଆଭିଯୋଗ ହୋଇଛି । କୁରୁମପୁରୀ ବିଦ୍ୟୁତ ସେକ୍ସନର ଠିକପାଲି ଗାଁକୁ ବିଦ୍ୟୁତ ସରବରାହ ଓ ବଣ୍ଟନ କାର୍ଯ୍ୟର ମରାମତି ଓ ରକ୍ଷଣାବେକ୍ଷଣ ର କାର୍ଯ୍ୟ କରୁଥିବା ସମୟରେ କର୍ମଚାରୀ ଧନଞ୍ଜୟ ଶବରଙ୍କୁ ଆକ୍ରମଣ ।  ଗାଳିଗୁଲଜ କରି ଜାତି ଆଣ ଆକ୍ଷେପ କରି ଅତର୍କିତ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

ଅଭିଯୁକ୍ତ ମାନେ ପୂର୍ବରୁ ମଧ୍ୟ ବିଦ୍ୟୁତ କର୍ମଚାରୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଟ୍ରାନ୍ସଫର୍ମର ଫିୟୁଜ କାମ ସଜାଡୁ ଥିବା ସମୟରେ ଦୁଇ ଅଭିଯୁକ୍ତ ଶ୍ରୀ ଶବର ଙ୍କୁ ଆକ୍ରମଣ କରିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ କୋମନା ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଇବା ସହ ଉପରିସ୍ଥ ଅଧିକାରୀଙ୍କ ସହାୟତାରେ କୋମନା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । …

Leave A Reply

Your email address will not be published.